Below header

ଗୁଜରାଟ: ହ୍ରଦରେ ବୁଡି ୫ ନାବାଳକ ମୃତ, ୨ ଜଣଙ୍କୁ ବଞ୍ଚାଇବା ଚକ୍କରରେ ଚାଲିଗଲା ଆଉ ୩ ଜଣଙ୍କ ଜୀବନ

ଗୁଜରାଟର ବୋଟାଡ ଜିଲ୍ଲାରେ ଥିବା କୃଷ୍ଣସାଗର ହ୍ରଦରେ ୫ ଜଣ ପିଲା ବୁଡିଯିବାରୁ ମୃତ୍ୟୁ ଘଟିଛି । ଦୁଇଜଣ ପିଲା ଗାଧୋଇବା ବେଳେ ବୁଡିଯାଇଥିଲେ, ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ୩ ଜଣ ପାଣିକୁ ଡେଇଁଥିଲେ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗୁଜରାଟର ବୋଟାଡ ଜିଲ୍ଲାରେ ଥିବା କୃଷ୍ଣସାଗର ହ୍ରଦରେ ୫ ଜଣ ପିଲା ବୁଡିଯିବାରୁ ମୃତ୍ୟୁ ଘଟିଛି । ହ୍ରଦରେ ଗାଧୋଉଥିବା ବେଳେ ଦୁଇ ଜଣ ହଠାତ୍‌ ବୁଡିଯାଇଥିଲେ, ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ୩ ଜଣ ପାଣିକୁ ଡେଇଁ ପଡିଥିଲେ । ଫଳରେ ୫ ଜଣ ଯାକ ବୁଡି ମୃତ୍ୟୁବରଣ କରିଥିଲେ । ସମସ୍ତ ମୃତକ ନାବାଳକ ଥିଲେ । ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ୫ ଜଣଙ୍କ ଯାକ ସେତେବେଳକୁ ମୃତ୍ୟୁବରଣ କରିଥିଲେ ।

ଖବର ମୁତାବକ, ୨ ଜଣ ପିଲା ନିଜ ଜେଜେଙ୍କ ସହିତ ହ୍ରଦ ଦେଖିବାକୁ ଯାଇଥିଲେ । ଏମାନେ ହ୍ରଦରେ ଗାଧୋଇବା ପାଇଁ କୌଣସି ପ୍ଲାନ କରିନଥିଲେ । ହେଲେ ସେଠାରେ ପହଞ୍ଚି ହ୍ରଦରେ ଗାଧୋଇବା ପାଇଁ ଜେଜେଙ୍କ ସହିତ ଜିଦ୍‌ କରିଥିଲେ । ପିଲାମାନେ ଅଧିକ ଜିଦି କରିବାରୁ ଜେଜେ ଗାଧେଇବାକୁ ଅନୁମତି ଦେଇଥିଲେ । ତେବେ ଜେଜେଙ୍କ ଠାରୁ ଅନୁମତି ମିଳିବା ପରେ ଏମାନେ ହ୍ରଦକୁ ଗାଧୋଇବାକୁ ଯାଇଥିଲେ । ଯାହା ପରେ ଏଭଳି ଦୁର୍ଘଟଣା ଘଟିଥିଲା ।

ହ୍ରଦରେ ଗାଧୋଉଥିବା ବେଳେ ଦୁଇ ଜଣ ହଠାତ୍‌ ବୁଡିଯାଇଥିଲେ, ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ୩ ଜଣ ପାଣିକୁ ଡେଇଁ ପଡିଥିଲେ । ଫଳରେ ୫ ଜଣ ଯାକ ବୁଡି ମୃତ୍ୟୁବରଣ କରିଥିଲେ । ସମସ୍ତ ମୃତକ ନାବାଳକ ଥିଲେ । ସ୍ଥାନୀୟ ଲୋକେ ସେହି ହ୍ରଦ ପାଖକୁ ଯିବା ବେଳେ ବାଳକ ମାନଙ୍କର ଚପଲ ଏବଂ ପୋଷାକ ଦେଖିଥିଲେ, ହେଲେ କୌଣସି ଗୋଟିଏ ବାଳକଙ୍କୁ ସେଠାରେ ପାଇ ନଥିଲେ । ଏହାପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଉଦ୍ଧାରକାରୀ ଟିମ୍ ଏବଂ ଗାଁ ଲୋକଙ୍କ ସହାୟତାରେ ଘଣ୍ଟାଏ ଖୋଜିବା ପରେ ବୁଡିଯାଇଥିବା ନାବାଳକ ମାନଙ୍କୁ ଉଦ୍ଧାର କରିଥିଲା । ପୋଲିସ ସେମାନଙ୍କ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.