Below header

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର, ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଂଗୀନ । ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ହୋଇଛି । ଦୁଇ ଦିନ ଭିତରେ କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୯ ହୋଇଛି । ସେହିପରି ୧୭ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେନା ଓ ଏନ୍ଡିଆରଏଫ୍ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । କେରଳରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

flood situationମହାରାଷ୍ଟ୍ରରେ ୨ ଲକ୍ଷ ୮୫ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । କେବଳ ପୁନେରେ ୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି । ଦିଲ୍ଲୀ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ୍କୁ ବାତିଲ କରାଯାଇଛି । କର୍ଣ୍ଣାଟକରେ ମଧ୍ୟ ଭୀଷଣ ବର୍ଷା ହୋଇଛି । ଏଥିପାଇଁ ବାୟୁସେନା ଓ ଏନ୍ଡିଆରଏଫ୍କୁ ସତର୍କ କରାଯାଇଛି । ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.