Below header

ପାକିସ୍ତାନକୁ ପୁଣି ଝଟକା, କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମନା କଲା ଜାତିସଂଘ

ପାକିସ୍ତାନକୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲା ମିଳିତ ଜାତିସଂଘ । ଏହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏଥିରେ ମଧ୍ୟସ୍ଥତା କରାଯିବ ନାହିଁ ବୋଲି ସଫସଫା ଶୁଣାଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେର୍ସ । ଆମେରିକା ମଧ୍ୟ ପାକିସ୍ତାନକୁ ନିରାଶ କରିଛି । କାଶ୍ମୀର ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ଓ୍ଵାସିଂଟନ୍ । ଅନ୍ୟପଟେ ବିଶ୍ୱସମୁଦାୟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ନକରି ବାସ୍ତବତା ବୁଝିବାକୁ ପାକିସ୍ତାନ ଚେଷ୍ଟା କରୁବୋଲି ଭାରତ ପରାମର୍ଶ ଦେଇଛି । କାଶ୍ମୀର ସ୍ଥିତିକୁ ନେଇ ଭୁଲ ଚିତ୍ର ରଖିବାକୁ ପାକିସ୍ତାନ ଉଦ୍ୟମ କରୁଥିବା ଭାରତ କହିଛି । ସେପଟେ ସମଝୌତା ଏକ୍ସପ୍ରେସ୍ ରୋକିବା ପରେ ଏବେ ଥର ଏକ୍ସପ୍ରେସ୍ ସେବା ଓ ଦିଲ୍ଲୀ-ଲାହୋର ବସ୍ ସେବା ରୋକିବା ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.