Below header

ସମ୍ବଲପୁର : ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ, ବଢ଼ି ଚାଲିଛି ହତ୍ୟା, ରାହାଜାନୀ ଏବଂ ବଳତ୍କାର

ସମ୍ବଲପୁର (କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ । ଫଳରେ ହତ୍ୟା, ରାହାଜାନୀ, ବଳତ୍କାର ଭଳି ଘଟଣା ବଢ଼ି ଚାଲିଛି । ଗତ ୨୫ ତାରିଖରେ ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସେପଟେ ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଜିଲ୍ଲାରେ ୨୪ଟି ଥାନା କାର୍ଯ୍ୟ କରୁଥିବା ବେଳେ ମାଓପ୍ରବଣ ଅଞ୍ଚଳରେ ରହିଛି କିସିଣ୍ଡା, ନାକଟିଦେଉଳ ଓ ଯୁଯୁମୋରା ଥାନା । ଠିକ୍‌ ଏହି ସମୟରେ ଜିଲ୍ଲାରେ ପୋଲିସ ବିଭାଗର ମୂରବୀ ପଦ ଖାଲି ପଡ଼ିବା ସହରବାସୀଙ୍କ ପାଇଁ ଚିନ୍ତା ବଢାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.