Below header

ସ୍ୱାମୀ ସହିତ ମନାନ୍ତରକୁ ସହିପାରିଲାନି ସ୍ତ୍ରୀ, ରାଗ ସୁଝାଇବାକୁ ଯାଇ ପିଲା ଉପରେ କଲେ ଏମିତି ଆକ୍ରମଣ

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖୁଥିବେ। ସବୁଦିନ ଏପରି ଭାଇରାଲ ଭିଡିଓ ଯୋଗୁଁ ଘରୋଇ ହିଂସା ଲୋକଲୋଚନକୁ ଆସିପାରୁଛି। କେଉଁଠି ଜେଜେ ମା ନାତୁଣୀକୁ ପିଟୁଥିବା ବେଳେ କେଉଁ ବୋହୂ ଶ୍ୱଶୁରକୁ ପିଟୁଥିବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ଜଣେ ମହିଳା ନିଜ ପିଲାକୁ ଅତି ନିର୍ଦୟ ଭାବେ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଯେଉଁଥିରେ ଜଣେ ପିଲା ଘରୋଇ ହିଂସାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି କଠୁଆ ଜିଲ୍ଲାର କସ୍ତବା ଅଞ୍ଚଳରେ ଦେଖିବାକୁ ମିଳିଛି।

mother 2

ସ୍ୱାମୀ ସହିତ ଝଗଡାକୁ ରାଗରେ ସହିପାରିଲେନି ମହିଳା। ନିଜ ରାଗକୁ ଶାନ୍ତ କରିବା ପାଇଁ ପିଲା ଉପରେ ଏପରି ଆକ୍ରମଣ କଲେ ମହିଳା। ଏଥିପାଇଁ ପିଲାଟିକୁ ଘୋଷାରି ଘୋଷାରି ମାରିଥିଲେ ମହିଳା। ଜଣେ ମା’ ହୋଇ କିପରି ନିଜ ପିଲା ଉପରେ ଏପରି ରାଗ ସୁଝାଇପାରେ ବୋଲି ଭିଡିଓକୁ ଦେଖିବା ପରେ ଲୋକେ ଚର୍ଚ୍ଚା କରୁଛନ୍ତି। ଏହି ଭିଡିଓକୁ ମାଡ ମାରୁଥିବା ମହିଳାଙ୍କ ସ୍ୱାମୀ ସୁଟିଂ କରିଥିଲେ। ଉକ୍ତ ମହିଳା ଜଣକ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ହୋଇଥିବା ଆପୋଷ ଝଗଡା ଯୋଗୁଁ ପିଲାଟିକୁ ନିର୍ଦୟ ଭାବେ ମାରୁଥିଲେ।

ଏହାସହ ପଢ଼ନ୍ତୁ ; ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଛାଡିଦେଇଥିଲେ ଦୁଇ ବ୍ୟକ୍ତି, ଏବେ ପୀଡିତାଙ୍କ ଶିଶୁପୁତ୍ରକୁ ବିକିବାକୁ କରୁଛନ୍ତି…

mother 3

ଭିଡିଓଟି ଭାଇରାଲ ହେବା ପରେ ଚାଇଲ୍ଡ ୱେଲଫେୟାର କମିଟି ପୋଲିସରେ କେସ୍‌ କରିଥିଲା। ପିଲା ପ୍ରତି ଅତ୍ୟାଚାର କରୁଥିବା ଯୋଗୁଁ ଧାରା ୭୫ ଅନୁଯାୟୀ ମାମଲା ଦାଏର କରାଯାଇଛି। ଏହାଛଡା ୨୪ ଘଣ୍ଟା ମଧ୍ୟରେ ପିଲାକୁ ଚାଇଲ୍ଡ ୱେଲଫେୟାର କମିଟି ସାମ୍ନାରେ ଆଣିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପତୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.