Below header

ବିଶ୍ୱ ପାରାଆଥଲେଟିକ ଚମ୍ପିୟାନ ସିପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ, ୨ଟି ସ୍ବର୍ଣ୍ଣ ସମେତ ଜିତିଲେ ୯ ପଦକ

ଭାରତ ବିଶ୍ୱ ପାରା ଆଥଲେଟିକ ଚମ୍ପିୟାନସିପରେ ସର୍ବମୋଟ ୯ ପଦକ ସହ ନିଜ ଅଭିଯାନ ଶେଷ କରିଛି । ଏହା ସହ ଭାରତ ୨୪ତମ ସ୍ଥାନରେ ରହିଛି । ଭାରତୀୟ ଖେଳାଳି ମାନେ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ଜିତିଛନ୍ତି । ଏହା ସହ ଭାରତୀୟ ଖେଳାଳି ମାନେ ୨୦୨୦ ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ୧୩ଟି କୋଟ ହାସିଲ କରିଛନ୍ତି । ଏହା ପୂର୍ବରୁ ଭାରତର ଭଲ ପ୍ରଦର୍ଶନ ଲଣ୍ଡନ ଚ୍ୟାମ୍ପିୟନ ସିପରେ ହୋଇଥିଲା । ଯେଉଁ ଥିରେ ଖେଳାଳି ମାନେ ୧ ସ୍ବର୍ଣ୍ଣ ସହ ସର୍ବମୋଟ ୫ଟି ପଦକ ହାସିଲ କରିଥିଲେ । ତାଲିକାରେ ୩୪ ତମ ସ୍ଥାନରେ ରହିଥିଲେ । ୨୫ ଟି ସ୍ବର୍ଣ୍ଣ ପଦକ ସହ ଚୀନ ଶୀର୍ଷ ସ୍ଥାନରେ ଥିବା ବେଳେ ବ୍ରାଜିଲ ଓ ଗ୍ରେଟ ବ୍ରିଟେନ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.