ଚୀନକୁ ରୋକଠାକ୍‌ ଶୁଣାଇଲା ଭାରତ, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ

ନୂଆଦିଲ୍ଲୀ: ଚୀନ୍‌ ପ୍ରତିପକ୍ଷଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା । ତାଜାକିସ୍ତାନରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି ଜୟଶଙ୍କର । ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ । ଏକପାଖିଆ ପରିବର୍ତ୍ତନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଏସ ଜୟଶଙ୍କର ସ୍ପଷ୍ଟ କରିଛନ୍ତି । ବୈଠକରେ ବରିଷ୍ଠ କମାଣ୍ଡର ସ୍ତରରେ ଆଲୋଚନା ପାଇଁ ଏକ ଚୁକ୍ତିନାମା ହୋଇଛି । LAC ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ।

ସାଙ୍ଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌ ବା SCOର ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଆଲୋଚନା କରିଛନ୍ତି ଦୁଇ ନେତା । ୮ଟି ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀ ବୈଠକରେ ସାମିଲ ହୋଇଥିଳେ । ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରସଙ୍ଗ ଫୋକସରେ ଥିଲା । ଚୀନ୍‌ ପ୍ରତିପକ୍ଷଙ୍କ ସହ ଆଲୋଚନା ପରେ ଟ୍ଵିଟ୍‌ କରିଛନ୍ତି ଜୟଶଙ୍କର । ଏକ ପାକ୍ଷିକ ଭାବେ ସ୍ଥିତା ବସ୍ଥା ପରିବର୍ତ୍ତନ ଗ୍ରହଣୀୟ ନୁହେଁ । ସୀମାରେ ସଂପୂର୍ଣ୍ଣ ଭାବେ ଶାନ୍ତି ଫେରାଇ ଆଣିବାରେ ଦ୍ୱିପାକ୍ଷିକ ସଂପର୍କ ଆଗକୁ ବଢ଼ିବ ବୋଲି ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ଜୟଶଙ୍କର ।

ଏହା ପୂର୍ବରୁ ୨୦୨୦ ସେପ୍‌ଟେମ୍ବରରେ ଚୀନ୍‌ ବିଦେଶ ମନ୍ତ୍ରୀଙ୍କୁ ଜୟଶଙ୍କର ଭେଟିଥିଲେ । ବହୁ ପର୍ଯ୍ୟାୟର କୁଟନୈତିକ ଓ କମାଣ୍ଡର ସ୍ତରୀୟ ବୈଠକ ପରେ ପାଙ୍ଗଙ୍ଗ ସୁ ଅଞ୍ଚଳରୁ ଦୁଇ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । କିନ୍ତୁ ଅନ୍ୟ ଫ୍ରିକ୍‌ସନ୍‌ ପଏଣ୍ଟରେ ମୁହାଁମୁହିଁ ହୋଇ ରହିଛନ୍ତି ଭାରତ ଓ ଚୀନ ସେନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.