ଏଥର ସୋସିଆଲ ମିଡିଆ ଆପ୍‌ ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ତଥ୍ୟ, ଆସନ୍ତା ୧୯ରୁ କରାଯିବ ସେୟାର

କଟକ(କେନ୍ଯୁଜ୍): ହାତପାଆନ୍ତାରେ ମିଳିବ ଓଡ଼ିଶା ହାଇକୋର୍ଟ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା। ସୋସିଆଲ ମିଡିଆ ଆପ୍‌ ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ତଥ୍ୟ। ଏଥିରେ କୋର୍ଟର କାର୍ଯ୍ୟସୂଚୀ ସହ ସର୍କୁଲାର , ନୋଟିସ୍‌, ପ୍ରେସ ଇସ୍ତାହାର ସବୁକିଛି ମିଳିବ।

ଆସନ୍ତା ୧୯ ତାରିଖରୁ ଟେଲିଗ୍ରାମ ଚ୍ୟାନେଲରେ ସମସ୍ତ ତଥ୍ୟ ସେୟାର କରାଯିବ। ସମସ୍ତ ଓକିଲ, ମହକିଲ ଓ ସାଧାରଣଲୋକ ଟେଲିଗ୍ରାମରେ ହାଇକୋର୍ଟ ସହ ଯୋଡି ହୋଇ ଏହାର ଲାଭ ଉଠାଇ ପାରିବେ। ଚ୍ୟାନେଲକୁ ସବସ୍କ୍ରାଇବ କଲାପରେ ମୋବାଇଲକୁ ଆସିବ ପ୍ରତିଟି ଅପଡେଟ୍‌। ପୂର୍ବରୁ କୈାଣସି ସୂଚନା ପାଇଁ ହାଇକୋର୍ଟର ୱେବସାିଟକୁ ଯିବାକୁ ପଡୁଥିବାବେଳେ ଏବେ ଟେଲିଗ୍ରାମରେ ଗୋଟିଏ କ୍ଲିକରେ ସବୁକିଛି ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.