ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା। କରୋନା ସଂକ୍ରମିତ ହେବା ପରେ ଦିଲ୍ଲୀପ ରାୟ ଆଇସୋଲେସନରେ ଅଛନ୍ତି। ଏ ନେଇ ସେ ନିଜେ ଟ୍ଵିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଦିଲ୍ଲୀପ ରାୟ ଟ୍ୱିଟ କରି କହିଛନ୍ତି, ତାଙ୍କ ଠାରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଡାକ୍ତରଙ୍କ ପରାମର୍ଶରେ ଆଇସୋଲେସନ ଅଛନ୍ତି। ଏବେ ସାରା ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବାରୁ ସମସ୍ତେ କୋଭିଡ଼ ନିୟମ ପାଳନ କରିବାକୁ ଦିଲ୍ଲୀପ ରାୟ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାର ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ ।
On getting the initial symptoms of COVID, I got myself tested and the report was positive. My health is fine and on the advice of doctors, I have isolated myself. Request everyone to be careful against the virus. Complacency can put us as well as our near ones at risk!!!
— Dilip ray (@DilipRayOdisha) March 8, 2021
ଆଜି ମୋଟ ପଜିଟିଭିଟି ରେଟ୍ ୨.୬୨ ପ୍ରତିଶତ ରହିଛି। ସୁନ୍ଦରଗଡ଼ରୁ ୨୬୨, କଟକରୁ ୧୪୮, ସମ୍ବଲପୁରରୁ ୧୨୫ ଏବଂ ବାଲେଶ୍ୱରରୁ ୧୦୦ ନୂଆ କେସ୍ ଚିହ୍ନଟ ହୋଇଛନ୍ତି। ୦ରୁ ୧୮ବର୍ଷ ମଧ୍ୟରେ ୨୫୮ ଆକ୍ରାନ୍ତ ରହିଛନ୍ତି । ଏଥିସହ ୫ ହଜାର ୭୩୯ ଆକ୍ଟିଭ୍ କେସ୍ ରହିଛି। ୨୪ ଘଣ୍ଟାରେ ୭୨ ହଜାର ୩୭୦ ଟେଷ୍ଟିଂ ହୋଇଛି। ପ୍ରକାଶ ଯେ ଗତକାଲି ରାଜ୍ୟରେ ୬୮ ହଜାର ୮୭୮ ଟେଷ୍ଟିଂ ହୋଇଥିଲା ଓ ୧ ହଜାର ୨୧୬ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ମୋଟ ପଜିଟିଭିଟି ରେଟ୍ ଥିଲା ୧.୭୬ ପ୍ରତିଶତ।