ହରିୟାଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାନସଭା ସଦସ୍ୟତାରୁ ମଧ୍ୟ ଦେଲେ ଇସ୍ତଫା

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାନସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୨ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାନସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୨ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପୂର୍ବରୁ ଖଟ୍ଟର କରନାଲ୍‌ ବିଧାନସଭା ଆସନରୁ ବିଧାୟକ ଥିଲେ । ଇସ୍ତଫା ପତ୍ର ଦାଖଲ ପରେ ସେ କହିଛନ୍ତି, ‘ଯାହା ବି ମୋତେ ନୂଆ ଦାୟିତ୍ୱ ଦିଆଯିବ, ତାହାକୁ ମୁଁ ସୁଚାରୂ ରୂପେ ସମାପ୍ତ କରିବି’।

ଖଟ୍ଟରଙ୍କ ଇସ୍ତଫା ପରେ ଖାଲି ହୋଇଥିବା କରନାଲ ଆସନରୁ ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଉପ-ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ସେ ହରିୟାଣାର କୁରୁକ୍ଷେତ୍ରରୁ ସାଂସଦ ଅଛନ୍ତି ।

ମାର୍ଚ୍ଚ ୧୨ରେ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବାର କିଛି ଘଣ୍ଟା ପରେ ହିଁ ନାୟବ ସୈନି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହାପରେ ସେ ରାଜ୍ୟପାଳଙ୍କୁ ଭେଟି ଆସ୍ଥା ଭୋଟ୍ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । ସୈନି ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଉପସ୍ଥାପନ କରିଥିଲେ, ଯାହା ଧ୍ୱନିମତ ସହିତ ପାରିତ ହୋଇଥିଲା । ଏହା ସହିତ ହିଁ ହରିୟାଣାର ନୂଆ ସରକାର ଫ୍ଲୋର୍‌ ଟେଷ୍ଟରେ ପାସ୍‌ ହୋଇଥିଲେ ।

ଆସ୍ଥା ପ୍ରସ୍ତାବ ସମୟରେ ବିରୋଧୀ ଭୋଟିଂ କରାଇବାକୁ ଦାବି କରିିଥିଲେ । କିନ୍ତୁ ଏଭଳି ପ୍ରଥା ନ ଥିବାରୁ ବାଚସ୍ପତି ଧ୍ୱନିମତ ଜରିଆରେ ଭୋଟିଂ କରାଇଥିଲେ, ଯେଉଁଥିରେ ପ୍ରସ୍ତାବ ପାରିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.