ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିଂ ପରଲୋକ, ଶୋକ ପ୍ରକାଶ କଲେ ମୋଦି ଏବଂ ରାଜନାଥ ସିଂ

ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିଂହ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୃଦଘାତରେ ଦିଲ୍ଲୀର ଆର୍ମି ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ହୋଇ ଜୁନ୍ ୨୫ ତାରିଖରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବିଜେପିର ଜଣେ ଟାଣୁଆ ନେତା ଥିଲେ। ସେ ବାଜପେୟୀଙ୍କ ସରକାର ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଯଶଓ୍ଵନ୍ତ ସିଂ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରତିରକ୍ଷା ମନ୍ତ୍ରୀ ଓ ତାପରେ ବୈଦେଶିକ ବ୍ୟାପର ମନ୍ତ୍ରୀ ଭାବେ କାମ କରୁଥିଲେ। ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜନାଥ ସିଂ କହିଛନ୍ତି। ସେ ଦେଶ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ। ରାଜ୍ୟସଭାରୁ ୫ଥର ଏବଂ ଲୋକସଭାରୁ ୪ ଥର ନିର୍ବାଚିତ ହୋଇଥିଲେ।