କମୋଡ଼ରେ ଦେଖାଗଲା ଗୋଟିଏ ବିଷଧର ସାପ, ପରେ ପୂରା ଘର ଖୋଜିଲା ବେଳକୁ ମିଳିଲା…

ଲସଏଞ୍ଜଲ୍ସ: ଜଙ୍ଗଲ ଏବଂ ଖାଲି ସ୍ଥାନରେ ସାପ ଦେଖାଯିବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ସେହି ସାପ ଘର ମଧ୍ୟକୁ ପଶି ଆସନ୍ତି ଲୋକଙ୍କର ଅବସ୍ଥା ଖରାପ ହୋଇଯାଏ। ଏଥିଯୋଗଁ ନିକଟରେ ଗୋଟିଏ ୪ବର୍ଷର ପିଲାର ଟଏଲେଟରେ ବାହାରିଥିଲା ରାଟେଲ ସାପ। ଛୁଆଟିର ନଜର ଯେତେବେଳେ ସାପରେ ଉପରେ ପଡ଼ିଥିଲା ପିଲାଟି ଦୌଡ଼ି କରି ତାଙ୍କ ବାପା ମାଆଙ୍କ ପାଖକୁ ଯାଇ ଏହା ବିଷୟରେ ଜଣାଇଥିଲା ।

ଏହାପରେ ଭୟଭୀତ ଅବସ୍ଥାରେ ପରିବାର ଲୋକ ସାପ ଧରିବା ଲୋକଙ୍କୁ ଡାକିଲେ। ସେହି ସମୟରେ ସାପଧରାଳି ଆସି କମୋଡ଼ରୁ ରାଟେଲ ସାପକୁ ଉଦ୍ଧାର କରିଥିଲେ। ଖାଲି ସେତିକି ନୁହଁ ସେହି ସମୟରେ ସୁରକ୍ଷାକୁ ନଜରରେ ରଖି ସଂପୂର୍ଣ୍ଣ ଘର ଖୋଜିବାରୁ ୨୩ଟି ସାପ ମିଳିଥିଲା। ଘରର ବେସମେଣ୍ଟରେ ୧୩ଟି ସାପ ମିଳିଥିବା ବେଳେ ଘରର ଅପରପାର୍ଶ୍ବରୁ ୧୦ଟି ସାପ ଉଦ୍ଧାର କରାଯାଇଥିଲା। ରାଟେଲ ଖାଲି ସାଧାରଣ ସାପ ନୁହଁ ବହୁତ ବିଷଧର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.