Below header

ବିନା ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ସୁପର ସ୍ପେସାଲିଟି ହସ୍ପିଟାଲରେ ରୋଗର ଚିକିତ୍ସା କରି ପାରିବେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ  : ଏବେ ଯଦି ଆପଣ କୌଣସି ରୋଗରେ ପୀଡିତ ହେଉଛନ୍ତି କିମ୍ବା ଆପଣଙ୍କ ପାଖରେ ସେତିକି ସମ୍ବଳ ନାହିିଁ ରୋଗର ଉପଚାର ପାଇଁ ତାହେଲେ ବ୍ୟସ୍ତ ହବା କିଛି ଦରକାର ନାହିିଁ । ଏହା ଛଡ଼ା ଯଦି ଆପଣଙ୍କର ଆୟୁଷ୍ମାନ ଭାରତ ଯୋଜନା କି ରାଜ୍ୟ ସରକାରଙ୍କ କୌଣସି ହେଲଥ ସ୍କିମରେ ଆପଣଙ୍କ ନାଁ ରେଜିଷ୍ଟ୍ରି ନାହିଁ ତାହାଲେ ବି ଆପଣ ନିଜ ରୋଗର ଚିକିତ୍ସା କରିପାରିବେ ।

ଦେଶର କେତେକ ବଡ ହସ୍ପିଟାଲରେ ମଧ୍ୟ ଆପଣ ଅଳ୍ପ ଟଙ୍କାରେ ଚିକିତ୍ସା କରିପାରିବେ । ଏଥିପାଇଁ ମୋଦି ସରକାର ଏକ ନୂଆ ବ୍ୟବସ୍ଥା ଆଣିଛନ୍ତି, ଯାହା ବେଶି ମାତ୍ରରେ ଗରିବ ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନା ଅନୁସାରେ କିଛି ହସ୍ପିଟାଲକୁ ଏ ବାବଦରେ ପାଣ୍ଠି ଦିଆଯାଇଛି । ଯାହାଦ୍ୱାରା ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯାଇ ପାରିବ ।

ଏହାସହ ପଢନ୍ତୁ : ଆୟୁଷ୍ମାନ ଭାରତ : ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଘୋଷଣା

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଆରୋଗ୍ୟ ନିଧି (ଆରଏନଏନ) ଯୋଜନାରେ ସବୁ ଗରିବ ଲୋକଙ୍କୁ ରୋଗ ଭଲ କରିବାର ସୁବିଧା ମିଳିବ । ଦାରିଦ୍ର୍ୟ ରେଖା ତଳେ ଥିବା ଲୋକଙ୍କୁ ବିଶେଷ ଭାବରେ ଏହା ସାହାଯ୍ୟ କରିବ । ମାତ୍ର ଏହାର ଲାଭ ଉଠାଇବା ପାଇଁ ଆପଣଙ୍କୁ କିଛି ଜରୁରୀ କାଗଜ ପତ୍ର ଦେବାକୁ ପଡିବ । ପରେ ଆପଣ ଦେଶର ସରକାରୀ ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.