ମେଥି ଶାଗ ଭାବି ରୋଷେଇ କରି ଖାଇଦେଲେ ଗଞ୍ଜେଇ ପତ୍ର, ଏବେ ସାରା ପରିବାର ହସ୍ପିଟାଲରେ

ଉତ୍ତରପ୍ରଦେଶର କନ୍ନୋଜରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମଜାକ ମଜାକରେ ଏକ ପରିବାରର ୬ ଜଣ ଲୋକ ହସ୍ପିଟାଲରେ ପହଂଚି ଯାଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଗୋଟିଏ ପରିବାର ଗଂଜେଇ ପତ୍ରକୁ ମେଥି ଶାଗ ଭାବି ରୋଷେଇ କରି ଖାଇଦେଇଛନ୍ତି । ଯେଉଁଥିପାଇଁ ସାରା ପରିବାର ଏବେ ହସ୍ପିଟାଲରେ ଅଛନ୍ତି ।

ସୂଚନା ଅନୁଯାୟୀ କନ୍ନୋଜ ସଦର କୋତବାଲି ଅଂଚଳର ମିଆଁଗଞ୍ଜ ଗ୍ରାମରେ କିଶୋର ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଓମପ୍ରକାଶଙ୍କ ପୁଅ ନୀତେଶଙ୍କୁ ଶୁଖା ମେଥି କହି ଗଂଜେଇ ଦେଇଦେଇଥିଲେ । ତେବେ ଘରେ ପହଂଚି ନୀତେଶ ଏହି ଗଞ୍ଜେଇକୁ ନିଜ ଭାଉଜଙ୍କୁ ଦେଇ ରୋଷେଇ କରିବାକୁ କହିଥିଲେ ଏବଂ ସେ ମଧ୍ୟ ମେଥି ଶାଗ ଭାବି ଏହାକୁ ରୋଷେଇ କରିଦେଇଥିଲେ । ତେବେ ଏହି ଶାଗ ଖାଇବା ପରେ ଓମପ୍ରକାଶ, ତାଙ୍କ ପୁଅ ନୀତେଶ, ମନୋଜ , କମଲେସ, ପିଙ୍କି ଏବଂ ଆରତୀ ଏହି ଶାଗ ଖାଇଥିଲେ । ତେବେ ଖାଇବାର କିଛି ସମୟ ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା ଆଉ ତାପରେ ସମସ୍ତେ ବେହୋସ ହୋଇଯାଇଥିଲେ । ପଡୋଶୀ ମାନେ ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରସ୍ତୁତ ଗଂଜେଇ ଶାଗ ଜବତ କରିବା ସହିତ କିଶୋର ନାମକ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.