ପତ୍ର ଖାଇବା ପାଇଁ ଛେଳି ଆପଣେଇଲା ଅଜବ ଉପାୟ , ମଇଁଷି ଉପରେ ଚଢି କରୁଥିଲା କିଛି ଏପରି ଦେଖନ୍ତୁ ଭିଡିଓ..

ସାଧାରଣତଃ ସୋସିଆଲ ମିଡିଆରେ ଯୁଗାଡ଼ ଭିଡିଓଗୁଡିକ ଭଲ ଲାଗେ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଗୋଟିଏ ଛେଳିର ଜୁଗାଡ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ ଅଟେ । ଆପଣ ଛେଳିକୁ ଗଛ ଉପରକୁ ଡେଇଁ ଡେଇଁ ଖାଉଥିବାର ଦେଖିଥିବେ କିନ୍ତୁ ଏହି ଛେଳିଟି ପତ୍ର ଖାଇବା ପାଇଁ ପରିଶ୍ରମ କରିବା ବଦଳରେ ଏକ ଯୁଗାଡ଼ର ସାହାରା ନେଇଛି । ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଛେଳିଟି ଏକ ମଇଁଷି ଉପରେ ଚଢ଼ିଯାଇ ଗଛରୁ ପତ୍ର ଖାଇବାରେ ଲାଗିଛି ।


ଭିଡିଓ ଅନୁଯାୟୀ ଏକ ଗଛରେ ଗୋଟିଏ ମଇଁଷି ବନ୍ଧା ଯାଇଛି । ତେବେ ସେହି ଗଛରେ ପତ୍ର ଏତେ ଉପରେ ଅଛି ଯେ ସେଠାରେ ଛେଳି ପହଂଚିବା ବି ଅସମ୍ଭବ କିନ୍ତୁ ସେହି ସମୟରେ ଛେଳିଟି ନିଜ ବୁଦ୍ଧି ଖଟାଇ ମଇଁଷି ଉପରକୁ ଚଢ଼ିଯାଇଛି ଏବଂ ମନ ଖୁସିରେ ପତ୍ର ଖାଇବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଧା ରମଣ ଟ୍ୱିଟରରେ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି, ‘ଦେଖନ୍ତୁ ଛେଳି କେତେ ସ୍ମାର୍ଟ ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.