Below header

ମୁକେଶ ଅମ୍ବାନୀଙ୍କଠାରୁ ଢେର୍‌ ଗୁଣା ଧନୀ ଗୌତମ ଅଦାନୀ! ବୃଦ୍ଧି ପାଇଲା ସମ୍ପତ୍ତି; ବିଶ୍ୱରେ ରହିଛି ଚତୁର୍ଥ ସ୍ଥାନ

ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ (Bloomberg Billionaire Index) ମୁତାବକ, ଗୌତମ ଅଦାନୀଙ୍କ ସମ୍ପତ୍ତି ବଢ଼ି ବର୍ତ୍ତମାନ ୧୩୭ ବିଲିୟନ ଡଲାରରେ ପହଞ୍ଚିଛି। ଦୁନିଆର ଧନୀ ତାଲିକାରେ ତାଙ୍କର ସ୍ଥାନ ରହିଛି ଚତୁର୍ଥ।

ସୂଚନାଥାଉ କି, ଚଳିତ ବର୍ଷ ଫେବୃଆରୀରେ ପ୍ରଥମ ଥର ପାଇଁ ଗୌତମ ଅଦାନୀ ସମ୍ପତ୍ତି ମାମଲାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ଏହା ପରଠାରୁ ଅଦାନୀ ଏବଂ ଅମ୍ବାନୀଙ୍କ ମଧ୍ୟରେ ସମ୍ପତ୍ତିର ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଅମ୍ବାନୀଙ୍କ ସମ୍ପତ୍ତି ପାଖାପାଖି ୯୨.୭ ବିଲିୟନ ଡଲାର ଥିବାବେଳେ ଅଦାନୀଙ୍କର ରହିଛି ୧୩୭ ବିଲିୟନ ଡଲାର। ମୁକେଶ ଅମ୍ବାନୀ ବିଶ୍ୱର ଧନୀ ତାଲିକାରେ ଏକାଦଶ ସ୍ଥାନ ଅକ୍ତିଆର କରିଛନ୍ତି।

ସେପଟେ ବିଶ୍ୱରେ ଗୌତମ ଅଦାନୀଙ୍କଠାରୁ ଆଗରେ ମାତ୍ର ୩ ଜଣ ଧନୀ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମ ନାମ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କର ରହିଛି। ବର୍ତ୍ତମାନ ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କ ପାଖରେ ରହିଛି ୨୬୦ ବିଲିୟନ ଡଲାରର ସମ୍ପତ୍ତି। ତାଙ୍କ ପରେ ଦ୍ୱିତୀୟ ନାମ ଆସୁଛି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କର, ତାଙ୍କର ୧୬୨ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ବିଳାସପୂର୍ଣ୍ଣ ଗୁଡ୍ସ ନିର୍ମାଣ କମ୍ପାନୀ ‘LVMH’ର ମାଲିକ ବର୍ଣ୍ଣାଡ ଅର୍ନାଲ୍ଟ। ତାଙ୍କ ପାଖରେ ରହିଛି ୧୪୬ ବିଲିୟନ ଡଲାରର ସମ୍ପତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.