ନରେଗାରେ ଲୋକଙ୍କୁ ପ୍ରାପ୍ୟ ଶୀଘ୍ର ଦିଅ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନରେଗାରେ ଲୋକଙ୍କୁ ପ୍ରାପ୍ୟ ଶୀଘ୍ର ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଜବ୍‌ କାର୍ଡଧାରୀଙ୍କ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଏକ ଫଣ୍ଡ୍‌ କରିଛନ୍ତି । କେନ୍ଦ୍ରରୁ ଅର୍ଥ ଆସିବା ଡେରି ହେଲେ ଏହି ଫଣ୍ଡରୁ ଅର୍ଥ ଦିଆଯାଇଥାଏ ।

ନରେଗା ସଫ୍ଟେଓ୍ଵୟାରରେ ଏନେଇ ପ୍ରାବଧାନ ରଖିବାକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । କନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ସେମାନେ ଏହାକୁ ଲାଗୁ କରିବାରେ ବିଳମ୍ବ କରିଛନ୍ତି । ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.