ଓଦା କପଡାରୁ ପ୍ରସ୍ତୁତ ହେଲା ବିଜୁଳି, ଜାଣନ୍ତୁ ୨୪ଘଣ୍ଟାର ପରୀକ୍ଷା ପରେ କେମିତି ମିଳିଲା ସଫଳତା

କୋଲକତା: ଆଇଆଟି ଖଡକପୁରର ମେକାନିକ୍ ଇଞ୍ଜିନିୟର ଡିପାର୍ଟମେଣ୍ଟର ପରୀକ୍ଷାକର୍ତ୍ତାଙ୍କ ଏକ ବଡ ସଫଳତା । ଖରାରେ ଶୁଖିଥିବା ଓଦା କପଡାରୁ ବିଜୁଳି ଆଣିବାରେ ସଫଳତା ହାସିଲ୍ କରିଛନ୍ତି ଏହି ପରୀକ୍ଷାକର୍ତ୍ତାମାନେ। ଏହି ପରୀକ୍ଷଣ କରିବା ପାଇଁ ଧୋବା ଘାଟରେ ୩ହଜାର ବର୍ଗ ମିଟର ଅଞ୍ଚଳରେ ଶୁଖିଥିବା ୫୦ଟି ଧଳା କପଡା ଉପରେ କରାଯାଇଥିଲା । ପୁରା ପ୍ରକ୍ରୀୟାରେ ପରୀକ୍ଷାକର୍ତ୍ତାଙ୍କୁ ପାଖାପାଖି ୨୪ଘଣ୍ଟା ସମୟ ଲାଗିଥିଲା । ଏହି ସମୟର ଗୋଟେ ଧଳା ଏଲଇଡିକୁ ୧ଘଣ୍ଟାରୁ ଅଧିକ ସମୟ ଯାଏ ଜଳିବା ପାଇଁ ୧୦ ଭୋଲ୍ଟ ବିଜୁଳି ଉତ୍ପନ୍ନ କରାଯାଇ ପାରିଥିଲା ।

ଏହାସହ ପଢନ୍ତୁ:

ସୁନାର ଥାଳିକୁ ରୁପାର ଚୌକି, ଦେଖନ୍ତୁ ଏହି ହାଇପ୍ରୋଫାଇଲ୍ ନିର୍ବନ୍ଧର ଭିଡିଓ

ପ୍ରଫେସର ସୁମନ ଚକ୍ରବର୍ତ୍ତୀ କହିଛନ୍ତି କି, ଏହି ବଜୁଳି ବହୁ ସମୟ ଯାଏଁ ବ୍ଯବହାର କରିବାର ସୁବିଧା ଦେବନାହିଁ । କିନ୍ତୁ ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପର୍ଯ୍ଯାପ୍ତ ହୋଇପାରେ । ଅନ୍ଯ ଜଣେ ରିସର୍ଚର ସୁଭ୍ରା ଦାସଙ୍କ ମୁତାବକ, କେବଳ ଏକ ଉପକରଣରେ ୫୦୦ ରୁ ୭୦୦ମିଲିଭୋଲ୍ଟ ବିଜୁଳି କରାଯାଇଥିଲା । ପ୍ରୟୋଗ ସମୟରେ ୪୦ ରୁ ୫୦ ଡିଭାଇସ୍ କୁ ଏକା ସାଙ୍ଗରେ ଯୋଡି ମଧ୍ଯ କେବଳ ୧୨-୧୩ ଭୋଲ୍ଟ ଇଲେକଟ୍ରିସିଟି ହିଁ ଜେନେରେଟ୍ ହୋଇଥିଲା ।

ଅନ୍ଯପଟେ ପ୍ରଫେସର ଚକ୍ରବର୍ତ୍ତୀଙ୍କ ମୁତାବକ କପଡା ବହୁତ ପତଳା ହୋଇଥାଏ । ଯେଉଁଥିରୁ ସେଲ୍ଯୁଲୋଜ୍ ଫାଇବର ଏକ ପ୍ରକାରର ଚାର୍ଜ ଉତ୍ପନ୍ନ କରିଥାଏ । ଏହାକୁ ଲୁଣ ଘୋଳରେ ଢାଳିବା ପରେ ଏହା ଫାଇବର ସହିତ ଆଗକୁ ଯାଇଥାଏ । ଏଥିରୁ ଲୋନାଇଜ୍ ପ୍ରସ୍ତୁତ ହୋଇଥାଏ । ଆଇଅନସ୍ ର ଲଗାତାର ଗତିଶୀଳ ଫଳରେ ସେଥିରୁ କରେଣ୍ଟ ପ୍ରସ୍ତୁତ ହୋଇଥାଏ । ଏହି ଭୋଲ୍ଟେଜକୁ କୌଣସି ବହାର ରେଜିଷ୍ଟର ସହିତ ଯୋଡା ହୋଇଥାଏ ଏହାପରେ ଛୋଟ ସ୍ତରରେ ବିଜୁଳି ଉତ୍ପନ୍ନ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.