Below header

ମହଙ୍ଗା ପଡିଲା ବାଜି ଲଗାଇବା, ଅଣ୍ଡା ଖାଇବା ପ୍ରତିଯୋଗିତା ନେଇଗଲା ଜୀବନ

କୌଣସି ଜିନିଷ ନିଜ କ୍ଷମତା ବାହାରେ କରିବା ମଣିଷ ପ୍ରତି ବିପଦ ଆଣିପାରେ। ତାହା କୌଣସି କାମ ହେଉ ଅବା ଖାଦ୍ୟ। ଏପରି ଏକ ଉଦାହରଣ ଉତ୍ତର ପ୍ରଦେଶର ଜୋନପୁରରେ ଦେଖିବାକୁ ମିଳିଛି। ଏଠାରେ ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜି ଯୋଗୁଁ କାହା ଜୀବନ ଚାଲିଯିବ ବୋଲି କିଏ ଜାଣିଥିଲା। ଜଣେ ସାଙ୍ଗ ୪୨ ଅଣ୍ଡା ଖାଇବା ପରେ ଅବସ୍ଥା ଏପରି ହୋଇଥିଲା ଯେ, ପ୍ରଥମେ ଡାକ୍ତରଖାନା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

egg

ଜୌନପୁରର ବିବିଗଞ୍ଜ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି। ସୁବାସ ଯାଦବ (୪୨) କାର, ଟ୍ରାକ୍ଟର ଚଳାନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ସୁବାସ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଅଣ୍ଡା ଖାଇବାକୁ ନେଇ ବାଜି ଲଗାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅଣ୍ଡା ଖାଇବା ପ୍ରତିଯୋଗିତା। ସୁବାସ ୪୨ ଅଣ୍ଡା ଖାଇ ସାରିବା ପରେ ଅଚେତ ହୋଇପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ବିଳମ୍ୱିତ ରାତିରେ ସୁବାସଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁର କାରଣ ବାବଦରେ ସୂଚନା ମିଳିନାହିଁ। ଅଧିକ ଅଣ୍ଡା ଖାଇବା ପରେ ତାଙ୍କ ଶରୀରରେ ଏହା ବିଷାକ୍ତ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.