କେନ୍ଦ୍ରୀୟ ଯୋଜନାରେ ଆଉ ହୋଇ ପାରିବ ନାହିଁ ଘୋଟାଲା: PFMS ଦ୍ବାରା ଚିହ୍ନଟ ହେବେ ଭୂତ ହିତାଧିକାରୀ

କେନ୍ୟୁଜ୍(ବ୍ୟୁରୋ):ଏଣିକି ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଭୂତ ହିତାଧିକାରୀ ଜଣାପଡିଯିବେ । ସିଙ୍ଗଲ ନୋଡାଲ ଆକାଉଣ୍ଟ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା Public financial management System ଦ୍ୱାରା ଏହି ଭୂତ ହିତାଧିକାରୀ ଚିହ୍ନଟ ହେବେ । ଉଭୟ କେନ୍ଦ୍ର ଓ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାହା ଉପରେ PFMS ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଛି । ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛି କେନ୍ଦ୍ର ଅର୍ଥ ବିଭାଗର PFMS ଶାଖା । PFMS କାର୍ଯ୍ୟ କରିବାରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ରହିଛି ଓଡ଼ିଶା । PFMSର ଫୋକସ ହେଉଛି ସିଙ୍ଗଲ ନୋଡାଲ ଆକାଉଣ୍ଟ ।

ଯାହାର ଅର୍ଥ ହେଉଛି କେନ୍ଦ୍ର ସରକାର ବିଭନ୍ନ ଯୋଜନା ପାଇଁ ଦେଉଥିବା ଅନୁଦାନ ଓ ରାଜ୍ୟ ସରକାରଙ୍କ ଅନୁଦାନ ଗୋଟିଏ ଆକାଉଣ୍ଟରେ ରହିବ । ଏହାର ସୁଧ ହେଉଛି ଯେ ପୂର୍ବରୁ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ବିଭିନ୍ନ ଆକାଉଣ୍ଟରେ ରହୁଥିଲା । ଫଳରେ କେଉଁ ଆକାଉଣ୍ଟରେ କେତେ ବାଲାନ୍ସ ରହିଛି ତାହା ଜଣା ପଡୁନଥିଲା । ଯେଉଁଥି ପାଇଁ ଫଣ୍ଡ ବାଲାନ୍ସ ଟ୍ରାକ ହୋଇପାରୁନଥିଲା । ୫୭୧ ବ୍ୟାଙ୍କ ସହ PFMS ଯୋଡି ହୋଇଛି । ଏହି ବ୍ୟବସ୍ଥା ଦ୍ୱାରା ହିତାଧିକାରୀଙ୍କ ପାସବୁକ ମଧ୍ୟ ଦେଖି ହେବ । ଏଥିରୁ ଋଣଭାର କମିବ । ଏହା ଦ୍ୱାରା ଠିକ ସମୟରେ ଅର୍ଥ ଆସିବ । 85 ପ୍ରତିଶତ ରାଜ୍ୟରେ PFMS ଲାଗୁ ହେଲାଣି । ଖୁବଶୀଘ୍ର ସାରା ଦେଶରେ ଲାଗୁ ହେବ । single nodal account ଜରିଆରେ ଓଡ଼ିଶା ଶତପ୍ରତିଶତ ହାସଲ କରିଛି । ଦେଶରେ ଆର୍ଥିକ ପରିଚାଳନାରେ ଗତ 8ରୁ 10 ବର୍ଷରେ ଓଡ଼ିଶାର ସ୍ଥାନ ସବୁବେଳେ ପ୍ରଥମ ରହିଛି ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.