ପୂଜାରେ ବ୍ୟବହାର କରାଯାଉଥିବା ନଡ଼ିଆକୁ ମହିଳା ମାନେ ଭାଙ୍ଗିବା ଅନୁଚିତ୍, ଏହା ପଛରେ ଥିବା କାରଣ ଜାଣନ୍ତୁ

ହିନ୍ଦୁ ଧର୍ମରେ ନଡ଼ିଆକୁ ବହୁତ ପବିତ୍ର ମନାଯାଏ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହନ୍ତି। ଯିଏ ଯାହା ମାନସିକ ରଖନ୍ତି ସେଥିପାଇଁ ନଡ଼ିଆ ଯାଚନ୍ତି। ଏହି କାରଣରୁ ପୂଜା, ଯଜ୍ଞ ଆଦି ଶୁଭ କାମରେ ଏହାର ବ୍ୟବହାର କରାଯାଏ। ନଡ଼ିଆର ପ୍ରୟୋଗ କେବଳ ଶୁଭ କାମ ପାଇଁ କରାଯାଇଥାଏ। ଏହାସହିିତ ନଡ଼ିଆ ପାଣିକୁ ଅମୃତ ତୁଲ୍ୟ ମନାଯାଇଛି।
ଶାସ୍ତ୍ରରେ ଏହାକୁ ଶ୍ରୀଫଳ କୁହାଯାଏ। ତେଣୁ ଏହାର ସମ୍ପର୍କ ଶ୍ରୀ ଅର୍ଥାତ ଲକ୍ଷ୍ମୀ ମାତାଙ୍କ ସହ କରାଯାଇଛି। ନଡ଼ିଆକୁ ନେଇ ଅନେକ ମାନ୍ୟତା ରହିଛି। ଏହାକୁ ନାରୀ ମାନେ ଭାଙ୍ଗିବା ଅନୁଚିତ । ତେବେ ଏହା ପଛରେ ଶାସ୍ତ୍ରିକ ମାନ୍ୟତା ରହିଛି।
ଧାର୍ମିକ ମାନ୍ୟତା ଅନୁସାରେ ପ୍ରଥମେ ଦେବଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ହୋମ ପରେ ବଳି ଦେବାର ପ୍ରଥା ରହିଥିଲା। ବଳି କେବଳ ପ୍ରିୟ ଜିନିଷକୁ ଦିଆଯାଉଥିଲା। ପରେ ସମୟାନୁକ୍ରମେ ପୂଜା ପରେ ହୋମ ସମୟରେ ନଡ଼ିଆକୁ ବଳି ଦିଆଗଲା। କାରଣ ନଡ଼ିଆକୁ ପବିତ୍ର ମନାଯାଏ। ଏହାସହ ମନସ୍କାମନା ପୂର୍ଣ୍ଣ ପାଇଁ ସହାୟକ ହୋଇଥାଏ। ଏବେ ମଧ୍ୟ କିଛି ପୁରୁଷ ଶୁଭ କାମ ପୂର୍ବରୁ ନଡ଼ିଆକୁ ଭାଙ୍ଗି କାମର ଶୁଭାରମ୍ଭ କରିଥାନ୍ତି। କିନ୍ତୁ ମହିଳା ମାନଙ୍କୁ ଏସବୁକୁ ବାରଣ କରାଯାଇଛି।

ପ୍ରକୃତରେ ନଡ଼ିଆକୁ ମାଆ ରୂପେ ମନାଯାଏ। ଏହା ମଧ୍ୟରେ ତାର ସନ୍ତାନ ବା ଫଳ ରହିଥାଏ। ସେହିପରି ନାରୀ ମଧ୍ୟ ମାଆ ହେବା ପରେ ତାମଧ୍ୟରେ ସନ୍ତାନ ରହିଥାଏ। ଗର୍ଭଧାରଣ ସମ୍ବନ୍ଧ ପୂର୍ତ୍ତି ପାଇଁ ନଡ଼ିଆକୁ ସକ୍ଷମ ମନାଯାଏ। ମାନ୍ୟତା ଅନୁଯାୟୀ ଯଦି ନାରୀମାନେ ନଡ଼ିଆକୁ ଭାଙ୍ଗିବେ ତେବେ ତାଙ୍କ ସନ୍ତାନକୁ କଷ୍ଟ ହେବ। ତେଣୁ ତାଙ୍କୁ ନଡ଼ିଆ ଭାଙ୍ଗିବାକୁ ବାରଣ କରାଯାଇଛି। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଜାଣତ କିମ୍ବା ଅଜାଣତରେ ନଡ଼ିଆ ଭାଙ୍ଗି ଭୁଲ କରି ବସନ୍ତି।
ଏହା ପଛରେ ଆମ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି। ଧାର୍ମିକ ମାନ୍ୟତା ଅନୁସାରେ ଥରେ ବିଶ୍ୱାମିତ୍ର ଭଗବାନ ଇନ୍ଦ୍ରଙ୍କ ଉପରେ କ୍ରୋଧିତ ହୋଇ ଏକ ଭିନ୍ନ ସ୍ଥାନରେ ଅଲଗା ସ୍ୱର୍ଗ ତିଆରି କଲେ। ଯେବେ ମହର୍ଷି ଏହାକୁ ନେଇ ସନ୍ତୁଷ୍ଟ ହେଲେ ନାହିଁ ସେତେବେଳେ ସେ ଅଲଗା ପୃଥିବୀ ତିଆରି କରିବା ପାଇଁ ଭାବିଲେ। କୁହାଯାଏ ଯେ ମହର୍ଷି ବିଶ୍ୱାମିତ୍ର ମନୁଷ୍ୟ ରୂପରେ ପ୍ରଥମେ ନଡ଼ିଆକୁ ତିଆରି କରିଥିଲେ। ଏହି କାରଣ ହେତୁ ନଡ଼ିଆକୁ ମଣିଷର ରୂପ ମନାଯାଏ।