କ୍ୟାରିଅର ଏବଂ ରୋଜଗାରରେ ହେଉନାହିଁ ମନ ମୁତାବକ ଉନ୍ନତି, କରନ୍ତୁ ଶ୍ରୀଯନ୍ତ୍ର ପୂଜା

ଶାସ୍ତ୍ରରେ ସୁଖ ଓ ସମୃଦ୍ଧି ପାଇଁ ଅନେକ ପ୍ରକାର ପୂଜା ପାଠ ବିଷୟରେ କୁହାଯାଇଛି। ଏହାଛଡା ଜୀବନରେ ଜଡିତ ସମସ୍ୟାରୁ ଛୁଟକାରା ପାଇବା ପାଇଁ ବିଭିନ୍ନ ପ୍ରକାର ମନ୍ତ୍ର ବିଷୟରେ କୁହାଯାଇଛି। ମନ୍ତ୍ର ଆଉ ତନ୍ତ୍ର ଦ୍ୱାରା ବଡ ବଡ ସମସ୍ୟା ମଧ୍ୟ ବହୁ ସହଜରେ ସମାଧାନ ହୋଇପାରେ। ଧାର୍ମିକ ମାନ୍ୟତା ଅନୁଯାୟୀ, ଯନ୍ତ୍ରର ବ୍ୟବହାର କରିବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ। ଏହାସହିତ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହାଛଡା କ୍ୟାରିଅର ଏବଂ ରୋଜଗାର ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ। ତେବେ କେତେକ ପ୍ରଭାବଶାଳୀ ଯନ୍ତ୍ର ବିଷୟରେ ଜାଣିନିଅନ୍ତୁ:
ମା’ ବଗଳାମୁଖୀଙ୍କ ଯନ୍ତ୍ର ବେଶ୍ ପ୍ରଭାବଶାଳୀ ବୋଲି କୁହାଯାଏ। ଚାକିରି, ବ୍ୟବସାୟରେ ଉନ୍ନତି ଏବଂ ମନସ୍କାମନା ପୂର୍ଣ୍ଣ ପାଇଁ ଏହା ସର୍ବୋତ୍ତମ। ଏହି ଯନ୍ତ୍ରକୁ କୌଣସି ଗୁରୁବାର ଦିନ ବିଧି ବିଧାନରେ ଘରେ ସ୍ଥାପିତ କରନ୍ତୁ। ଏହାକୁ ସୁନାରେ ତିଆରି କରି ପୂଜା କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ନିଜ କ୍ଷମତା ହିସାବରେ କୌଣସି ଧାତୁରେ ମଧ୍ୟ ତିଆରି କରି ଏହାକୁ ପୂଜା କରିପାରିବେ।
ନବଗ୍ରହ ଦୋଷ କାରଣରୁ ହେଉଥିବା କାମ ମଧ୍ୟ ବିଗିଡିଯାଏ। ଅନେକ ଥର କାରବାରରେ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ। ନବଗ୍ରହ ଦୋଷ ଥିଲେ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ନବଗ୍ରହ ଯନ୍ତ୍ରର ପୂଜା କରିପାରିବେ। ଏମିତିରେ ନବଗ୍ରହ ଯନ୍ତ୍ର ଘରେ ବିଧିବଧାନ ସହିତ ସ୍ଥାପନା କରନ୍ତୁ। ଏହାସହିତ ନିୟମିତ ପୂଜା ମଧ୍ୟ କରନ୍ତୁ।

ପିତୃଦୋଷ ଶାନ୍ତି ପାଇଁ ଏହି ଯନ୍ତ୍ରର ଖାସ୍ ମହତ୍ତ୍ୱ ରହିଥାଏ। ଯଦି କୁଣ୍ଡଳୀରେ ପିତୃଦୋଷ ରହିଥାଏ, ତେବେ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଏମିତିରେ ଘରେ ପିତୃଦୋଷ ନିବାରଣ ଯନ୍ତ୍ରକୁ ବିଧିବିଧାନ ସହିତ ସ୍ଥାପନା କରନ୍ତୁ। ଏହା ପରେ ପ୍ରତିଦିନ ପୂଜା କରନ୍ତୁ। ଏହି ଯନ୍ତ୍ରକୁ ପୂଜା କରିବା ଦ୍ୱାରା ପିତୃଦୋଷ ସନ୍ତୁଷ୍ଟ ହୋଇଥାନ୍ତି। ଯାହାଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ।
ଏହି ଯନ୍ତ୍ର ମା’ ଲକ୍ଷ୍ମୀଙ୍କ ସମ୍ବନ୍ଧୀୟ ଯନ୍ତ୍ର। ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ ସମସ୍ୟା ଏବଂ ଅସୁବିଧା ରହିଛି, ତେବେ ଘରେ ଶ୍ରୀଯନ୍ତ୍ରକୁ ସ୍ଥାପନା କରନ୍ତୁ। ଏହା ସହିତ ନିୟମିତ ପୂଜା କରନ୍ତୁ। ଏମିତି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହି ଯନ୍ତ୍ର ପ୍ରଭାବରୁ ବିଭିନ୍ନ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ।
ଏହି ଯନ୍ତ୍ର ଘରେ ସ୍ଥାପିତ କରିବା ଦ୍ୱାରା ବାସ୍ତୁ ଦୋଷ ଶେଷ ହୋଇଥାଏ। ଏହା ସହିତ ନବଗ୍ରହର ଶୁଭଫଳ ମିଳିଥାଏ। ଏହାଛଡା ଘରେ କଳହ ଦୂର ହେବା କରିବାରେ ସହାୟକ ହୋଇଥାଏ।