ଭଜା ବାଦାମ୍‌ ଚୋରି କରୁଥିଲେ ଗ୍ରାହକ, ଦୋକାନୀ କେମିତି ଚକମା ଦେଲୋ ଦେଖନ୍ତୁ ଭିଡିଓ

ଚୋର ବହୁତ ଚାଲାକ ହୋଇଥାନ୍ତି ଆଉ ଆପଣଙ୍କ ନାକ ତଳୁ ବିନା କୌଣସି ଡରରେ ଚୋରି କରି ନେଇଯାନ୍ତି। ଆପଣଙ୍କ ଆଖି ସାମ୍ନାରେ କଥା କହୁ କହୁ ଅତି ସହଜରେ ଚୋରି କରିନିଅନ୍ତି ଚୋର। ଏବେ ସୋସିଆଲ ମିଡିଆରେ ଗୋଟେ ଚୋରର କାରନାମା ଭାଇରାଲ ହେଉଛି। ଇଣ୍ଟରନେଟରେ ମୋବାଇଲ କୁ ମୋବାଇଲ୍‌ ଏହା ଭାଇରାଲ ହେବାରେ ଲାଗିଛି ବାଦାମ ଚୋରର ଚୋରି।

ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ବାଦାମ କିଣୁଛନ୍ତି ଆଉ ତା ସହିତ ଚୋରି କରୁଛନ୍ତି। କିନ୍ତୁ ଏହିସବୁ କାରନାମା ଦେଖିଦେଉଛି ଦୋକାନୀ। ଆଉ ଚୋରି କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଉଛନ୍ତି। ତେବେ ଆଉ ଥରେ ଦେଖିନିଅନ୍ତୁ ଭିଡିଓ।

 

View this post on Instagram

 

A post shared by memes | news | comedy (@ghantaa)

ଦେଖନ୍ତୁ କେମିତି ଜଣେ ବ୍ୟକ୍ତି ବାଦାମ କିଣିବାକୁ ତଳେ ବସି ଯାଇଛନ୍ତି। ଆଉ ଦୋକାନୀକୁ ବାଦାମ୍‌ ପ୍ୟାକ୍‌ କରିବାକୁ କହି ଏପଟେ ଚୋରି କରିବାରେ ବ୍ୟସ୍ତ। ମୁଠାଏ ମୁଠାଏ ବାଦାମ୍‌ ନେଇ ବ୍ୟକ୍ତି ତାଙ୍କ ପକେଟରେ ଭର୍ତ୍ତି କରୁଥିବା ଦେଖିଦେଉଛି ଦୋକାନୀ। ତାପରେ ନିଜେ ଦୋକାନୀ ବଡ ଚାଲାକରେ ଉକ୍ତ ବ୍ୟକ୍ତିଙ୍କୁ ଚକମା ଦେଉଛନ୍ତି।

ଭିଡିଓରେ ଦୋକାନୀଙ୍କୁ ଦେଖି ଲାଗୁଛି ଯେମିତି ସେ ବ୍ୟକ୍ତିଙ୍କ କାରନାମାକୁ ଦେଖିପାରୁନାହାନ୍ତି। କିନ୍ତୁ ଦୋକାନୀ ନିଜେ ହିଁ ଚୋରକୁ ଚକମା ଦେଇଦେଲେ। ବାଦାମ ଉଜନ କରିବା ପରେ ପଲିଥିନରେ ଦେବାବେଳେ ବ୍ୟକ୍ତି ଅଧା ବାଦାମ୍‌ ତଳେ ପକାଇଦେଲେ, ତାପରେ ହେଇଗଲା ହିସାବ ବରାବର।