ଗାଡ଼ିଗୁଡ଼ିକର ଯେଉଁ ଟାୟାର ଖରାପ ହୋଇଯାଏ, ସେଗୁଡ଼ିକର ହୋଇଥାଏ କ’ଣ? ଜାଣନ୍ତୁ ଏହା ସହ ଜଡ଼ିତ ନିୟମ

କିଛି ବର୍ଷ ବ୍ୟବହାର ପରେ ଆପଣଙ୍କ ଗାଡ଼ିର ଟାୟାର ନଷ୍ଟ ହୋଇଯାଏ ଅଥବା ପୁରୁଣା ହୋଇଯାଏ, ଯଦ୍ଦ୍ଵାରା ଏହାକୁ ବଦଳାଇବାକୁ ପଡ଼ିଥାଏ। କିନ୍ତୁ କେବେ ଆପଣଙ୍କ ମନକୁ ଏମିତି ପ୍ରଶ୍ନ ଆସିଛି କି, ପୁରୁଣା ଟାୟାର ସହିତ କରାଯାଏ କ’ଣ? ଏହା କେଉଁ କାମରେ ଲାଗେ? ଆପଣଙ୍କୁ କହି ରଖୁଛୁ ଯେ ପୁରୁଣା ଟାୟାର ସହ ଜଡିତ ସରକାରଙ୍କର ଏକ ନୀତି ରହିଛି। ନିକଟରେ ହିଁ ସରକାର ଏଥିରେ କିଛି ପରିବର୍ତ୍ତନ କରିଛନ୍ତି, ଆସନ୍ତୁ ଆଣିବା।

ପ୍ରତିବର୍ଷ ୨.୭୫ ଲକ୍ଷ ଟାୟାର ନଷ୍ଟ ହୋଇଥାଏ

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ମାମଲା ପାଇଁ ଉପଲବ୍ଧ ତଥ୍ୟ ଅନୁସାରେ, ଭାରତ ପ୍ରତିବର୍ଷ ପାଖାପାଖି ୨୭୫,୦୦୦ ଟାୟାରକୁ ସେମିତି ହିଁ ନଷ୍ଟ ହେବାକୁ ଛାଡ଼ି ଦେଇଥାଏ, କାହିଁକି ନା, ଏହାର ସମାଧାନ ପାଇଁ ବ୍ୟାପକ ଯୋଜନା ନାହିଁ। ଏହା ବ୍ୟତୀତ ପାଖାପାଖି ୩୦ ଲକ୍ଷ ଖରାପ ଟାୟାର ରିସାଇକ୍ଲିଂ ପାଇଁ ଆମଦାନୀ କରାଯାଇଥାଏ। NGT ୧୯ ସେପ୍ଟେମ୍ବର, ୨୦୧୯ରେ end-of-life tyres/waste tyres (ELT)ର ସଠିକ୍ ପରିଚାଳନା ସମ୍ବନ୍ଧୀୟ ଏକ ମାମଲାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ଏକ ନିର୍ଦ୍ଦେଶ ଦେଇଥିଲା। ଏଥିରେ ବିସ୍ତୃତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଖରାପ ଟାୟାର ଓ ଏହାର ରିସାଇକ୍ଲିଂ ଯୋଜନା ଆଣିବାକୁ କୁହାଯାଇଥିଲା।

ଟାୟାରଗୁଡିକର ହୋଇଥାଏ ରିସାଇକ୍ଲିଂ

ନଷ୍ଟ କିମ୍ବା ଖରାପ ଟାୟାରଗୁଡିକର ରିସାଇକ୍ଲିଂ କରାଯାଇଥାଏ। ଏହାକୁ ରବର, କ୍ରମ୍ବ ରବର, କ୍ରମ୍ବ ରବର ସଂଶୋଧିତ ବିଟୁମେନ (CRMB), କାର୍ବନ କଳା ଏବଂ ପାୟରୋଲିସିସ୍ ତେଲ ବା ଚାର ରୂପରେ ପୁଣିଥରେ ବ୍ୟବହାର କରାଯାଏ। ୨୦୧୯ର ମିଡିଆ ରିପୋର୍ଟ ମୁତାବକ, NGT ମାମଲାରେ ଆବେଦନକାରୀ କହିଥିଲେ ଯେ ଭାରତରେ ପାୟରୋଲିସିସ୍ ଶିଳ୍ପ ନିମ୍ନ ଗୁଣବତ୍ତା ଯୁକ୍ତ ଉତ୍ପାଦ ଉତ୍ପାଦନ କରିଥାଏ। ପରିବେଶ କ୍ଷତିକୁ ରୋକିବା ପାଇଁ ଏହାକୁ ନିଷେଧ କରାଯିବାର ଆବଶ୍ୟକ ରହିଛି ଏବଂ ଏହି ଶିଳ୍ପ ଅତ୍ୟଧିକ କାର୍ସିନୋଜେନିକ୍ ବା କ୍ୟାନ୍ସର ସୃଷ୍ଟିକାରୀ ପ୍ରଦୂଷକଗୁଡ଼ିକୁ ଉତ୍ସର୍ଜନ କରିଥାଏ, ଯାହା ଆମ ଶ୍ୱାସକ୍ରିୟା ପାଇଁ ହାନିକାରକ।

ଜାରି କରାଯାଇଛି ନୂତନ ଗାଇଡଲାଇନ

ନୂତନ ଗାଇଡଲାଇନରେ ୨୦୨୨-୨୩ ପାଇଁ EPR ଆଇନଗତ ବାଧ୍ୟତା ବିଷୟରେ ଉଲ୍ଲେଖ କରାଯାଇଛି। କାହିଁକି ନା, ୨୦୨୦-୨୧ରେ ଉତ୍ପାଦିତ ବା ଆମଦାନୀ କରାଯାଇଥିବା ନୂଆ ଟାୟାରଗୁଡ଼ିକର ମାତ୍ରାର ୩୫ ପ୍ରତିଶତ, ୨୦୨୩-୨୪ର EPR ବାଧ୍ୟତା ଦେଶରେ ଉତ୍ପାଦିତ ବା ଆମଦାନୀ ହୋଇଥିବା ନୂଆ ଟାୟାରଗୁଡ଼ିକର ମାତ୍ରାର ୭୦ ପ୍ରତିଶତ ହେବ। ୨୦୨୧-୨୨ ଏବଂ ୨୦୨୪-୨୫ର EPR ବାଧ୍ୟତା ୨୦୨୨-୨୩ରେ ଉତ୍ପାଦିତ ବା ଆମଦାନୀ ହୋଇଥିବା ନୂଆ ଟାୟାରଗୁଡ଼ିକର ମାତ୍ରାର ୧୦୦ ପ୍ରତିଶତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.