ଗଛ ହୋଇ କ୍ୟାମେରାରେ କଏଦ କଲେ ଭଉଣୀର ଏହି ହରକତ, ଫଟୋ ଦେଖି ଯୁବତୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ଲୋକେ

ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଫଟୋରେ ଜଣେ ଯୁବତୀ ଗଛ ବେଶ ଧାରଣ କରିଥିବା ଦେଖିବାକୁ ମିଳିଛି। ସେ ଲୁଚିକି ନିଜ ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କ ଫଟୋ ଉଠାଉଥିଲେ, ଯେଉଁଠି ଯୁବକ ଜଣକ ତାଙ୍କ ଭଉଣୀଙ୍କୁ ପ୍ରପୋଜ କରୁଥିଲେ।

tre22

ଲୋକେ ଯୁବତୀଙ୍କୁ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି। ଗଛ ହୋଇ ଫଟୋ କ୍ଲିକ୍‌ କରିବାକୁ ଯାଉଥିବା ଏହି ଯୁବତୀଙ୍କ ନାଁ ହେଉଛି ଥେରେସେ ମରକେଲ। ମଙ୍ଗଳବାର ସେ ସମସ୍ତ ଫଟୋକୁ ଟୁଇଟରରେ ସେୟାର କରିଛନ୍ତି। ଯୁବତୀ ଜଣକ ସବୁଜ ରଙ୍ଗର ପତ୍ରରେ ତିଆରି ହୋଇଥିବା ଏକ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ୨୩ କୋଟିର ମାଛ! ଧରିଥିବା ବ୍ୟକ୍ତି ପୁଣି ଛାଡ଼ିଦେଲେ ସମୁଦ୍ରରେ, ଜାଣନ୍ତୁ କ’ଣ ହୋଇପାରେ କାରଣ

tre33

ଦ୍ୱିତୀୟ ଫଟୋରେ ଉକ୍ତ କପଲ୍‌ ରହିଛନ୍ତି, ଯେଉଁଥିରେ ପୁଅଟି ଝିଅଟିକୁ ପ୍ରପୋଜ୍‌ କରୁଛି। ଟୁଇଟରରେ ଫଟୋଗୁଡ଼ିକୁ ପୋଷ୍ଟ କରି ଥେରେସେ ଲେଖିଛନ୍ତି, ‘ଚଳିତ ସପ୍ତାହରେ ମୋ ଭଉଣୀ ନିଜର ନିର୍ବନ୍ଧ କରିଛି। ସେହି ମୁହୂର୍ତ୍ତକୁ ଲୁଚିକି କଏଦ କରିବା ପାଇଁ ମୁଁ ଗଛ ବୁଦା ବନିଗଲି’। ତାଙ୍କର ଏହି ପୋଷ୍ଟ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଏ ପଯ୍ୟର୍ନ୍ତ ୨୧ ହଜାରରୁ ଅଧିକ ରି-ଟୁଇଟ୍‌ ଏବଂ ୧ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଦୁଇବର୍ଷ ପୂର୍ବରୁ ଏମିତି ହିଁ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଠି ଜଣେ ମହିଳା ନକଲି ନିଶ ଲଗାଇ ସାଙ୍ଗର ଡେଟ୍‌ ଦେଖିବାକୁ ପଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.