ହାତରେ ବେଲା ଧରି ସ୍କୁଲ୍ ବାହାରେ ଠିଆହୋଇଥିବା କୁନି ଝିଅ ଦିବ୍ୟାର ଫଟୋ ଭାଇରାଲ୍, ଏବେ ବଦଳିଗଲା ଭାଗ୍ୟ

ହାଇଦ୍ରାବାଦ: ସହରର ଏକ ସରକାରୀ ସ୍କୁଲ୍ ରେ ପିଲାମାନଙ୍କୁ ପ୍ରତିଦିନ ମିଡ୍-ଡେ ମିଲ୍ ଦିଆଯାଇଥାଏ । ଫଳରେ ଖାଇବା ଆଶାରେ ସେଠାକୁ ଗୋଟେ ଛୁଆ ପ୍ରତିଦିନ ଆସିଥାଏ । ଯେଉଁ ଛୁଆଟିର ଏକ ଫଟୋ ନିକଟରେ ଭାଇରାଲ ହୋଇଥିଲା। ଯାହାପରେ ଉକ୍ତ ଛୁଆଟିକୁ ସ୍କୁଲରେ ଆଡମିସନ୍ ମିଳିଛି ।

ତେବେ ଛୁଆଟିର ଯେଉଁ ଫଟୋ ଭାଇରାଲ ହୋଇଥିଲା ସେଥିରେ ସେ ହାତରେ ଗୋଟେ ବେଲା ଧରି କ୍ଳାସ୍ ରୁମ୍ ବାହାର ଠିଆ ହୋଇ ଭିତକୁ ଅନେଇ ରହିଥିଲା । ଫଟୋଟିକୁ ମଡିଆରେ ‘ଭୋକିଲା ଆଖି’ ନାମକ ଶୀର୍ଷକ ଦିଆଯାଇଥିଲା । ଫଟୋଟିକୁ ଡିଭାଲ୍ ଝାମ୍ ସିଂ ନାମକ ଜଣେ ବ୍ୟକ୍ତି ଗୁଡିମାଲାକାପୁର୍ ହାଇ ସ୍କୁଲରେ ଉଠାଇଥିଲେ ।

ଛୁଆଟିର ନା ଦିବ୍ୟା । ସେ ସ୍କୁଲର ଛାତ୍ରୀ ନୁହେଁ କିନ୍ତୁ ସେ ଖାଇବା ପାଇଁ ପ୍ରତିଦିନ ସ୍କୁଲ୍ ନିକଟକୁ ଆସୁଥିଲା । ଦିବ୍ୟାର ବାପା ମା ପାଖରେ ଥିବା ଗୋଟେ ବସ୍ତିରେ ରୁହନ୍ତି । ବାପା ଜଣେ ଅଳିଆ ଗୋଟୋଳି ଏବଂ ମା ଜଣେ ସଫାଇକର୍ମୀ ଭାବେ କାମ କରନ୍ତି । ଖୁସିର କଥା ଏବେ ସ୍କୁଲରେ ଆଡମିସନ୍ ପରେ ଦିବ୍ୟାକୁ ପ୍ରତିଦିନ ମିଡ୍ ଡେ ମିଲ୍ ମିଳିବ ।

ଏହାସହ ପଢନ୍ତୁ:

ଜଣେ କର୍ମଚାରୀ ନିଜ ଜୀବନ କଥା ଚିନ୍ତା ନ କରି ଟ୍ରେନ ତଳୁ ବଞ୍ଚାଇଲେ ଅସହାୟ ବ୍ୟକ୍ତିଙ୍କ ଜୀବନ !

ଫଟୋଟି ଭାଇରାଲ ହେବା ପରେ ଏନଜିଓ ଏମବି ଫାଉଣ୍ଡେସନର ରାଷ୍ଟ୍ରୀୟ କୋଅଡିନେଟର ଭେଙ୍କଟ ରେଡ୍ଡୀ ଏହାକୁ ଦେଖିଥିଲେ ଏବଂ ଦିବ୍ୟାକୁ ତାର ଅଧିକାର ଦେବା ପାଇଁ ପ୍ରୟାସ କରିଥିଲେ । ସେ ଫଟୋଟିକୁ ସେୟାର କରି ଲେଖିଥିଲେ କି, ଲଜ୍ଜାର କଥା ଗୋଟେ ପିଲାକୁ ତାର ପଢିବା କିମ୍ବା ଖାଇବାର ଅଧିକାର ମଧ୍ୟ ମିଳିଲାନି । ଏହାପରେ ସେ ଏନଜିଓର କର୍ମକର୍ତ୍ତାମାନଙ୍କ ସହିତ କଥା ହୋଇ ଦିବ୍ୟାକୁ ସ୍କୁଲରେ ଆଡମିସନ୍ କରାଇଲେ । ଏହା ସହିତ ଦିବ୍ୟାର ବାପା ମାଙ୍କ ସହିତ ମଧ୍ୟ ଦେଖାହେଲେ । ଦିବ୍ୟା ଯେଉଁଦିନ ପ୍ରଥମେ ୟୁନିଫର୍ମ ପିନ୍ଧି ସ୍କୁଲ୍ ଯାଇଥିଲା ସେଦିନର ଫଟୋକୁ ମଧ୍ୟ ଭେଙ୍କଟ ରେଡ୍ଡୀ ନିଜର ଫେସବୁକ୍ ପେଜରେ ସେୟାର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.