ମଝି ଆକାଶରେ ରୋଗୀଙ୍କ ଜୀବନ ବଞ୍ଚେଇଲେ ରାଜ୍ୟପାଳ

ମଝି ଆକାଶରେ ଜନୈକ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇଲେ ତେଲେଙ୍ଗାନା ରାଜ୍ୟପାଳ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଦିଲ୍ଲୀରୁ ହାଇଦରାବାଦ ଯାଉଥିବା ଏକ ବିମାନରେ । ଜୀବନ ବଞ୍ଚାଇଥିବା ରାଜ୍ୟପାଳ ହେଉଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତମଲିସାଲ ସୌନ୍ଦରରାଜନ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ପେଶାରେ ସେ ଜଣେ ଡାକ୍ତର ଥିଲେ । ଆଜି ସେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ହଟାତ ଅସୁସ୍ଥ ହୋଇପଡିଲେ । ସେହି ସମୟରେ ରାଜ୍ୟପାଳ ତମଲିସାଲ ସୌନ୍ଦରରାଜନ ତାଙ୍କୁ ଚିକିତ୍ସା କରିଥିଲେ । ସୂଚନାରୁ ଜଣାଯାଇଛିକି ଆଜି ବାରଣାସୀରୁ ନୂଆ ଦିଲ୍ଲୀ ଦେଇ ହାଇଦରାବାଦ ଫେରୁଥିଲେ ରାଜ୍ୟପାଳ ।

ଏହି ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ନେଇ ବିମାନ ବନ୍ଦ୍ୱର କର୍ମଚାରୀ ଘୋଷଣା କରିଥିଲେ । ତୁରନ୍ତ ବିଳମ୍ବ ନ କରି ରାଜ୍ୟପାଳ ଶ୍ରୀମତୀ ସୌନ୍ଦରରାଜନ ତାଙ୍କ ପରୀକ୍ଷା କରିବା ସହ କିଛି ଔଷଧ ପାଇଁ ପରାମର୍ଶ ଦେଇଥିଲେ । ଖବର ଅନୁଯାୟୀ ରାଜ୍ୟପାଳ ବନ୍ୟା ପ୍ରଭାବିତ ଅଂଚଳକୁ ଯାଇଥିଲେ । ପାଦରେ ଚାଲି ଚାଲି ଅଂଚଳ ବୁଲିଦେଖିଥିବା ଜଣାଯାଇଛି । ଲୋକଙ୍କ କଥା ବୁଝିବା ସହ ସେମାନଙ୍କ ଦୁର୍ଦ୍ଧଶା ବୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.