ଏବେ କୁକୁର ରଖିଲେ କରିବାକୁ ହେବ ଲାଇସେନ୍ସ, ନହେଲେ ଦେବାକୁ ପଡ଼ିବ ଫାଇନ୍‌

ଘରେ କୁକୁର ରଖିଛନ୍ତି କି ? ଯଦି ହଁ ତେବେ କରନ୍ତୁ ଲାଇସେନ୍ସ, ନଚେତ୍‌ ଦେବାକୁ ପଡ଼ିପାରେ ଫାଇନ୍‌ । ଏମିତି ନିୟମ ଆଣିଛନ୍ତି ଉତ୍ତରାଖଣ୍ଡ ସରକାର । ଡେରାଡୁନ୍‌ ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି । ଏବେ ଯେଉଁ ଲୋକ ଡେରାଡୁନ୍‌ରେ କୁକୁର ରଖିବେ ତାଙ୍କୁ ଲାଇସେନ୍ସ କରିବାକୁ ପଡି ବ । ନହେଲେ ଦେବାକୁ ପଡ଼ିବ ତଣ୍ଡ ।

ପଦକ୍ଷେପ ସ୍ୱରୁପ ନଭେମ୍ବର ପ୍ରଥମ ସପ୍ତାହରୁ ନିଗମ ଘର ଘର ବୁଲି ପୋଷା କୁକୁର ଗଣନା କରିବ । ଯାହାଙ୍କ ପାଖରେ ଲାଇସେନ୍ସ ନଥିବ ତାଙ୍କୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ । କୁକୁର ରଖିବାକୁ ହେଲେ ଡେରାଡୁନବାସୀଙ୍କୁ ଲାଇସେନ୍ସ କରିବାକୁ ପଡ଼ିବ ।

ପ୍ରଥମଥର ପଞ୍ଜିକରଣ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିବ । ପଞ୍ଜିକରଣ ପରେ ଯଦି କୁକୁର ଯଦି କାହାକୁ କାମୁଡେ ତେବେ ମାଲିକଙ୍କୁ ଏହାର ଭରଣା କରିବାକୁ ମଧ୍ୟ ପଡ଼ିବ । ତେବେ ଏହାକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟରେ ଏକ ପିଆଇଏଲ୍‌ ଦାୟର ହୋଇଛି । କୁକୁର ରଖିବା ଲାଇସେନ୍ସ ନେଇ କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.