Below header

ପ୍ରଧାନମନ୍ତ୍ରୀ କହିଲେ : ବିବାହ ପାଇଁ ଝିଅଙ୍କ ବୟସ କ’ଣ ହେବ, ଖୁବ୍‌ ଶୀଘ୍ର ଠିକ୍‌ କରିବେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଝିଅମାନଙ୍କ ବିବାହ ବୟସ ଠିକ୍‌ କରିବାକୁ ଯାଉଛନ୍ତି । ଏମିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର କୃଷି ଓ ଖାଦ୍ୟ ସଂଗଠନ(ଏଫ୍‌ଏକ୍ୟୁ)ର ୭୭୫ ତମ ବାର୍ଷିକୀ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଏକ ୭୫ ଟଙ୍କାର ମୁଦ୍ରା ମଧ୍ୟ ଜାରି କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଝିଅମାନଙ୍କର ସଠିକ ବୟସ ବିବାହ ପାଇଁ କେତେ ହେବା ଆବଶ୍ୟକ ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ମୋଦି ଆହୁରି କହିଛନ୍ତି , ସେ ଦେଶର ଅନେକ ମହିଳାଙ୍କ ଠାରୁ ଚିଠି ପାଇଛନ୍ତି ଏବଂ ସମସ୍ତେ କମିଟି ପକ୍ଷରୁ ପଚରା ଯାଇଥିବା ଝିଅଙ୍କ ବିବାହ ବୟସ ନେଇ କେବେ ନିଷ୍ପତି ହେବ ବୋଲି ପଚାରିଥିଲେ । ତେବେ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

marriage-00

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେଯେ, ମହିଳାଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ଉପରେ ଆଲୋଚନା କରାଯିବା ଉଚିତ୍, ସରକାର ଏହା ଉପରେ ବିଚାର କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି। ବର୍ତ୍ତମାନ ବିବାହ ପାଇଁ ଝିଅମାନଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ସ୍ଥିର କରାଯାଇଛି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ୧୮ ରୁ ୨୧ କୁ ବୃଦ୍ଧି କରାଯିବା ଆବଶ୍ୟକ । କାରଣ ସନ୍ତାନ ଲାଳନ ପାଳନ ପାଇଁ ଏହି ବୟସ ଠିକ୍‌ ବୟସ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.