ପତଳା ଆଇବ୍ରୋ ଯୋଗୁଁ ଚିନ୍ତିତ ଅଛନ୍ତି କି? ଏହିସବୁ ଘରୋଇ ଉପଚାର କରି ବଢାନ୍ତୁ ସୌନ୍ଦର୍ଯ୍ୟ

ମଣିଷର ଚେହେରାର ସବୁଠାରୁ ଆକର୍ଷକ ଅଙ୍ଗ ହେଉଛି ତାର ଆଖି।ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ସୁନ୍ଦର ଆଖି ତାଙ୍କୁ ଅଧିକ ଆକର୍ଷିତ କରିଥାଏ।ସେହିପରି ଆଖିକୁ ସୁନ୍ଦର କରିବା ପାଇଁ ଆଇବ୍ରୋ ବିଶେଷ ଭୂମିକା ବହନ କରିଥାଏ।ମୋଟା ଏବଂ କଳା ଆଇବ୍ରୋ ଚେହେରାର ଲୁକ୍‌କୁ ଅଧିକ ସୁନ୍ଦର କରିଥାଏ।ଅନେକ ମହିଳାଙ୍କ କ୍ଷେତ୍ରରେ ଆଇବ୍ରୋକୁ ନେଇ ସମସ୍ୟା ଦେଖାଯାଇଥାଏ। ପତଳା ଆଇବ୍ରୋକୁ ମୋଟା କରିବା ପାଇଁ ପ୍ରାୟ ସମସ୍ତେ ଆଇବ୍ରୋ ପେନସିଲର ବ୍ୟବହାର କରିଥାନ୍ତି। ଆଜି ଆମେ ଆପଣଙ୍କୁ ଆଇବ୍ରୋକୁ ମୋଟା କରିବାର କିଛି ପ୍ରାକୃତିକ ଉପାୟ ବିଷୟରେ ଜଣାଇବୁ।

କଞ୍ଚା କ୍ଷୀର:

milk

ପ୍ରତିଦିନକଞ୍ଚା କ୍ଷୀରକୁ ନିଜ ଆଇବ୍ରୋ ଉପରେ ମସାଜ କରନ୍ତୁ। ଏହା ଆପଣଙ୍କ ଆଇବ୍ରୋ ଚୁଟିକୁ ମୋଟା ଓ କଳା କରିବା ସହ ଏହାର ଚମକ ବଢାଇଥାଏ।ଏକ ମାସ ପର୍ଯ୍ୟନ୍ତ ଏହାକୁ ପ୍ରତିଦିନ ବ୍ୟବହାର କଲେ ରେଜଲ୍ଟ ପାଇପାରିବେ।

ଆଲୋବେରା ଜେଲ:

aloevera

ଔଷଧିୟ ଗୁଣରେ ଭରପୁର ଥିବା ଆଲୋବେରା ଜେଲକୁ ଡେଢ ଚାମୁଚ ନେଇ ନିଜ ଆଇବ୍ରୋରେ ହାଲୁକା ହାତରେ ମସାଜ କରନ୍ତୁ।ଦିନକୁ ଦୁଇଥର ଏହି ଉପାୟର ବ୍ୟବହାର କଲେ ଖୁବ ଶୀଘ୍ର ଫଳ ପାଇପାରିବେ।

ଅଲିଭ ଅଏଲ:

olive oil

ଅଲିଭ ଅଏଲର କିଛି ଡ୍ରପକୁ ନିଜ ଆଙ୍ଗୁଳିରେ ନେଇ ଆଇବ୍ରୋରେ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ୧୫ ଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିବ।

ନଡିଆ ତେଲ:

coconut oil

ଭିଟାମିନ ଇ ଥିବା ଯୋଗୁଁ ନଡିଆ ତେଲକୁ କେଶ ଏବଂ ତ୍ୱଚା ପାଇଁ ଉତ୍ତମ ବୋଲି କୁହାଯାଏ। ୫ରୁ ୬ ମିନିଟ ପର୍ଯ୍ୟନ୍ତ ଏହାକୁ ମସାଜ କଲେ କେଶ ଲମ୍ବା ଓ ମୋଟା ହୋଇଥାଏ।

ପେଟ୍ରୋଲିଅମ ଜେଲି:

gel

ଶୋଇବା ପୂର୍ବରୁ ଏହାକୁ ଆଇବ୍ରୋରେ ମସାଜ କରନ୍ତୁ ଓ ପରଦିନ ସକାଳେ ଖାଲି ପାଣିରେ ଧୋଇ ଦିଅନ୍ତୁ।ଏହି ଉପାୟକୁ ପ୍ରତିଦିନ ବ୍ୟବହାର କରିବା ଆବଶ୍ୟକ।

ପିଆଜ ରସ:

onion juice

ଆଇବ୍ରୋର ବୃଦ୍ଧି ପାଇଁ ପିଆଜ ରସ ଖୁବ ଫଳପ୍ରଦ ହୋଇଥାଏ।ପିଆଜ ରସକୁ କାଢି ଏହାକୁ କଟନ ସାହାଯ୍ୟରେ ଆଇବ୍ରୋ ଉପରେ ୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ।

ଏହିସବୁ ପ୍ରାକୃତିକ ଉପାୟରେ ନିଜ ଆଇବ୍ରୋକୁ ସୁନ୍ଦର ଏକ ଆର୍କଷିତ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.