Below header

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ଭବ୍ୟ ଜଳାଭିଷେକ; ପାକିସ୍ତାନ, ଚୀନ ସମେତ ୧୫୬ ଦେଶରୁ ପହଞ୍ଚିଲା ପବିତ୍ର ନଦୀଜଳ

ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। କୁହାଯାଉଛି, ୧ ବର୍ଷରୁ କମ୍ ସମୟ ମଧ୍ୟରେ ମନ୍ଦିର ପ୍ରସ୍ତୁତ ହୋଇଯିବ। ଏହି ପରିପ୍ରେକ୍ଷୀରେ ଶ୍ରୀରାମ ଜନ୍ମଭୂମିରେ ହେବାକୁ ଯାଉଛି ଭବ୍ୟ ଜଳାଭିଷେକ।

ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। କୁହାଯାଉଛି, ୧ ବର୍ଷରୁ କମ୍ ସମୟ ମଧ୍ୟରେ ମନ୍ଦିର ପ୍ରସ୍ତୁତ ହୋଇଯିବ। ଏହି ପରିପ୍ରେକ୍ଷୀରେ ଶ୍ରୀରାମ ଜନ୍ମଭୂମିରେ ହେବାକୁ ଯାଉଛି ଭବ୍ୟ ଜଳାଭିଷେକ।

ଖାସ୍‌ କଥା ହେଉଛି, ପ୍ରଭୁ ରାମଙ୍କ ଜଳାଭିଷେକ କେବଳ ଭାରତର ପବିତ୍ର ନଦୀ ନୁହେଁ, ବରଂ ବିଶ୍ୱର ୧୫୬ଟି ଦେଶର ନଦୀ ଓ ସମୁଦ୍ର ଜଳରୁ କରାଯିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୨୩ରେ ରାମଙ୍କ ଜଳାଭିଷେକ କରିବେ।

କହି ରଖୁଛୁ ଯେ ବିଶ୍ୱର ୧୫୬ ଦେଶରୁ ଜଳ ଆଣିବା କାର୍ଯ୍ୟ ଆଜି ଠାରୁ ନୁହେଁ, ବରଂ ୩ ବର୍ଷ ପୂର୍ବେ ୨୦୨୦ ମସିହାରେ ଆରମ୍ଭ କରାଯାଇଥିଲା। ଏହାର ଦାୟିତ୍ୱ ନେଇଥିଲେ ଦିଲ୍ଲୀର ପୂର୍ବତନ ବିଜେପି ବିଧାୟକ ବିଜୟ ଜଲି। ବର୍ତ୍ତମାନ ୧୫୬ଟି ଦେଶରୁ ଜଳ ସଂଗୃହୀତ ହୋଇଥିବା ବେଳେ ରାମ ଜନ୍ମଭୂମିର କରାଯିବ ଭବ୍ୟ ଜଳାଭିଷେକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୨୩ରେ ମନିରାମ ଦାସ ଛାବନି ସଭା ଗୃହରେ ‘ଜଳ କଳସ’ର ପୂଜା କରିବେ।

ବିଜେପି ନେତା ବିଜୟ ଜଲି କହିଛନ୍ତି ଯେ ପଡୋଶୀ ଦେଶ ପାକିସ୍ତାନର ପବିତ୍ର ନଦୀ ଗୁଡ଼ିକ ମଧ୍ୟରୁ ରବି ନଦୀର ଜଳ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଯଦିଓ ପାକିସ୍ତାନରୁ ଜଳ ଆଣିବା ସହଜ ନ ଥିଲା, କିନ୍ତୁ ଦୁବାଇ ଦେଇ ଏହି ଜଳକୁ ଭାରତ ଅଣା ଯାଇଥିଲା। ସେହିପରି ରୁଷ୍‌ରୁ ମଧ୍ୟ ଜଳ ଅଣାଯାଇଛି।

ଜଳାଭିଷେକ କାର୍ଯ୍ୟକ୍ରମରେ କେବଳ ପାକିସ୍ତାନ ଏବଂ ରୁଷ୍‌ ନୁହେଁ, ବରଂ ଫ୍ରାନ୍ସ, ଜର୍ମାନୀ, ଜର୍ଜିଆ, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ଇରାକ, କାନାଡା, ଚୀନ୍, ଭୁଟାନ, ଆଫଗାନିସ୍ତାନ, ବ୍ରାଜିଲ, ଡେନମାର୍କ ଭଳି ମୋଟ ୧୫୬ଟି ଦେଶର ଜଳ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦେଶରୁ ମଧ୍ୟ ବଡ଼ ବଡ଼ ରାଜନୀତିଜ୍ଞ, ଆଧ୍ୟାତ୍ମିକ ଗୁରୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ସାମିଲ ହେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.