ପୁଣି ଲମ୍ବା ଲମ୍ଫ ମାରିଛି କରୋନା: ଦେଶରେ ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ପାର

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୪୨ । ଆଉ ୨୭ ଜୀବନ ନେଇଛି ପ୍ରାଣଘାତୀ କରୋନା ।

ନୂଆଦିଲ୍ଲୀ : ଦେଶରେ ପୁଣି ଲମ୍ବା ଲମ୍ଫ ମାରିଛି କରୋନା । ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୪୨ । ଆଉ ୨୭ ଜୀବନ ନେଇଛି ପ୍ରାଣଘାତୀ କରୋନା । ଗତକାଲି ଅପେକ୍ଷା ସଂକ୍ରମଣ ୩୮ ପ୍ରତିଶତ ବଢ଼ିଛି ।

ଗତକାଲି ସାରା ଦେଶରୁ ବାହାରିଥିଲେ ୭ହଜାର ୬୩୩ । ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୪.୩୯ ପ୍ରତିଶତ । ମହାରାଷ୍ଟ୍ରରେ ସର୍ବାଧିକ ୬, ଦିଲ୍ଲୀରେ ୫, ଛତିଶଗଡ଼ରେ ୪ ଓ କର୍ଣ୍ଣାଟକରେ କରୋନାରେ ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ୬୦ ହଜାର ପାର କରିଛି କରୋନା ଆକ୍ଟିଭ୍‌ କେସ୍‌ । ଏବେ ମୋଟ୍‌ କରୋନା ସକ୍ରିୟ ମାମଲା ରହିଛି ୬୩ହଜାର ୫୬୨ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.