ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ ମୃତ

ରାଜସ୍ଥାନ: ରାଜସ୍ଥାନ କୋଟାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୋଲ ତଳକୁ ଖସିପଡିଛି ବରଯାତ୍ରୀ ଗାଡି। ଚାମ୍ବଲ ନଦୀରେ ଖସିପଡିଛି ଏକ ବରଯାତ୍ରୀ ଗାଡି । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିଲା । ସେହି ସମୟରେ ନାୟାପୁରା କଲଭର୍ଟର ଚାମ୍ବଲ ନଦୀରେ ଗାଡିଟି ଖସିପଡିଥିଲା । ଏହି କାରରେ ବର ସମେତ ୯ଜଣ ଲୋକ ଥିଲେ। ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। କେହି ଜଣେ ଦେଖିବା ପରେ ସୂଚନା ଦେଇଥିଲେ । ଘଟଣା ବିଷୟରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ପୋଲିସ କହିବା ମୁତାବକ, ସକାଳ ପ୍ରାୟ ୮.୩୦ ସମୟରେ ଏକ କାର ନଦୀରେ ପଡ଼ିଥିବାର ସୂଚନା ମିଳିଥିଲା । ବର ଗାଡିଟି ବରଯାତ୍ରୀ ବସ୍‌ ସହିତ ଯାଉଥିଲା। କିନ୍ତୁ କିଛି ବାଟ ଗଲାପରେ, ରାସ୍ତା ଭୁଲି ନୟାପୁର ଚମ୍ବଲ ନଦୀର ଏକ ଛୋଟ ପୋଲ ଉପରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ କାରଟି ସନ୍ତୁଳନ ହରାଇ ନଦୀକୁ ଖସି ପଡିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। । ଜଣେ ଗୁରୁତର ଆହତ ଥିଲା ହେଲେ ବର୍ତ୍ତମାନ ବର ସମେତ ୯ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି କୁହାଯାଇଛି । ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ଘଟଣା ପରେ ଲୋକସଭା ସାଂସଦ ଓମ ବିର୍ଲା ସମବେଦନା ଜଣାଇଛନ୍ତି ଏବଂ ମାନବ ସମ୍ବଳ ମନ୍ତ୍ରୀ ଶାନ୍ତି ଧାରିଓ୍ଵାଲ ମଧ୍ୟ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.