ଧରାକୋଟର ୭ ନମ୍ବର ବୁଥରେ ଭୋଟ ଦେଲେ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ

ସୋରଡା(କେନ୍ୟୁଜ୍): ଆଜି ସାରା ରାଜ୍ଯ ରେ ମତଦାନ କରାଯାଉଥିବା ବେଳେ ଧରାକୋଟ ବ୍ଲକ ରେ ମଧ୍ୟ ମତଦାନ ସକାଳ ୭ ଘଣ୍ଟା ଠାରୁ ଆରମ୍ଭ ହୋଇଛି।ଭୋଟର ମନେ ଶାନ୍ତି ଶୃଙ୍ଖଳା ଭାବେ ଭୋଟ ଦେଇଛନ୍ତି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମତଦାନ କରିଛନ୍ତି ।

ଧରାକୋଟ ବ୍ଲକର ୨୬୧ ବୁଥରେ ମତଦାନ ଆରମ୍ଭ ହୋଇଛି । ସମସ୍ତ ବୁଥରେ ପୋଲିସ ତରଫରୁ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଂଜାମ, ଧରାକୋଟ, ପାତ୍ରପୁର, ବେଲଗୁଣ୍ଠା ବ୍ଲକ ଅଧୀନରେ ଥିବା ୧୪ଟି ଜିଲ୍ଲା ପରିଷଦ ଆସନ ଓ ପଞ୍ଚାୟତ ପାଇଁ ୧୩୮୨ ଟି ବୁଥ କରାଯାଇଛି। ୪ ଲକ୍ଷ ୯୦ ହଜାର ୯୪୪ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି।  ସେପଟେ ମତଦାନକୁ ଶାନ୍ତି ଶୃଙ୍ଖଳାର କରାଇନେବା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.