Below header

ଲକଡାଉନ ଭିତରେ ବର ଗାଡ଼ିରେ ଲାଗିଗଲା ଭୟଙ୍କର ନିଆଁ, ଉଦ୍ଧାର କରି ଭେନ୍ୟୁ ପର୍ଯ୍ୟନ୍ତ ପହଞ୍ଚାଇଲା ପୋଲିସ

ଦିଲ୍ଲୀରେ ଲକଡାଉନ ଭିତରେ ଏକ ବର ଗାଡ଼ିରେ ନିଆଁ ଲାଗିଯାଇଛି। ଘଟଣାଟି ଘଟିଛି ସରିତା ବିହାରରେ। ଜଣେ ବ୍ୟକ୍ତି ବିବାହ ପାଇଁ ନିଜ କାରରେ ଯାଉଥିବା ବେଳେ ହଠାତ ତାଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ଆଶ୍ୱସ୍ତିକର କଥା, ବର ଜଣକ କାରରୁ ବାହାରି ଆସିଛନ୍ତି ଏବଂ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ କାରଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରକୁ ବିବାହସ୍ଥଳକୁ ନେଇଯାଇଥିଲା।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଡିସିପି ଆରପି ମିଣାଙ୍କ କହିବା ଅନୁଯାୟୀ, ସୋମବାର ସରିତା ବିହାର ଥାନାରେ ଏଏସଆଇ ରାଜେନ୍ଦ୍ର ଓ କନଷ୍ଟେବଳ ଅମିତ ଆଲି ଡ୍ୟୁଟିରେ ଥିଲେ। ଦିନ ପ୍ରାୟ ସାଢ଼େ 2ଟା ସମୟରେ ଫରିଦାବାଦ ଆଡୁ ଏକ କାର ଆସିଥିଲା, ଯାହାକି ଆଶ୍ରମ ଆଡକୁ ଯାଉଥିଲା। ହେଲେ କୌଣସି କାରଣ ବଶତଃ ସେଥିରେ ହଠାତ ନିଆଁ ଲାଗିଯାଇଥିଲା। ଏହି ସମୟରେ ପୋଲିସ ତୁରନ୍ତ କାରକୁ ରୋକିବା ପାଇଁ ଇସାରା କରିଥିଲା। ପୋଲିସ ଉକ୍ତ କାର ଭିତରୁ ଭୂପେନ୍ଦ୍ର ଓ ନବୀନ ନାମକ 2 ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା।

ତେବେ ପୋଲିସ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପଚରାଉଚରାରୁ ଜଣାପଡିଛି ଯେ ଭୂପେନ୍ଦ୍ରଙ୍କର ଆଜି ବିବାହ ଥିଲା ଏବଂ ସେ ଘରୁ ସେରୱାନି ପିନ୍ଧି ବାହାରିଥିଲେ। ତାଙ୍କୁ ବିବାହ ପାଇଁ ଓଖଲାର ସଞ୍ଜୟ କଲୋନୀ ଯିବାର ଥିଲା। ଶେଷରେ ପୋଲିସ ତାଙ୍କୁ ନେଇ ସେଠାରେ ପହଞ୍ଚାଇଥିଲା ଏବଂ ଭୂପେନ୍ଦ୍ରଙ୍କ ବିବାହ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.