ଦିପାବଳିରେ ଘରେ ଘରେ ଜଳିବ ଗୋବରରେ ତିଆରି ଦୀପ : ପୂର୍ବ କେନ୍ଦ୍ର ମନ୍ତ୍ରୀ କଥରିଆ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗାଇ ଗୋବରରୁ ଦୀପ ଓ ଠାକୁର ମୂର୍ତ୍ତି ତିଆରି କରିବା ଅଭିଯାନ ଆରମ୍ଭ କରିଛନ୍ତି । ଯାହାଦ୍ୱାରା କ୍ଷୀର ଦେଉ ନଥିବା ଗାଇମାନଙ୍କର ସଂରକ୍ଷଣ ହୋଇପାରିବ । ଏବଂ ଚୀନ୍‌ରୁ ଆସୁଥିବା ଦୀପର ବ୍ୟବହାର ମଧ୍ୟ ହ୍ରାସ ପାଇବ ।

lamp-1

ଚଳିତ ବର୍ଷ ଦିପାବଳି ଅବସରରେ ଲୋକେ ଦେଶୀୟ ଦୀପ ବ୍ୟବହାର କରିବେ । ଚଳିତ ବର୍ଷ ପ୍ରାୟ ୧୧ କୋଟି ଗୋବର ଦୀପ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହାର ବିକ୍ରୟ ପାଇଁ ପ୍ରତି ରାଜ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସକ୍ରିୟ କରାଯିବ ।

lamp-2

କାମଧେନୁ ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ବଲ୍ଲଭ ଭାଇ କଥରିୟା କହିଛନ୍ତି ଯେ ଗୁଜୁରାଟରେ ଗାଇ ଗୋବରରୁ ବଡ ସଂଖ୍ୟାରେ ଦୀପ, ଲକ୍ଷ୍ମୀ, ଗଣେଶ ଓ ଶୁଭ-ଲାଭ ପ୍ରତିକ ଭଳି ମୂର୍ତ୍ତି ମେସିନ୍‌ ଓ ଛାଞ୍ଚରେ ତିଆରି କରାଯିବ ।

lamp-4

ଏହାକୁ ସାରା ଦେଶରେ ଉପଲବ୍ଧ କରାଯିବ ବୋଲି କଥରିୟା କହିଛନ୍ତି । ଏହାଦ୍ୱାରା ଗୋ ରକ୍ଷା ଓ ଗାଇ କଲ୍ୟାଣ ଦିଗରେ ବିକାଶ କରାଯାଇ ପାରିବ । କେନ୍ଦ୍ର ସରକାର ୨୦୧୯ ଫେବ୍ରୁଆରୀରେ କାମଧେନୁ ଆୟୋଗ ଗଠନ କରିବା ପରେ କଥରିୟା ଏହାର ଅଧ୍ୟକ୍ଷ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.