Below header

ଆମେରିକା ଚିକାଗୋରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଶ୍ରୀଗୁରୁ ଭଗବତ କାର୍ଯ୍ୟକ୍ରମ

ଆମେରିକା ଚିକାଗୋରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଶ୍ରୀଗୁରୁ ଭଗବତ କାର୍ଯ୍ୟକ୍ରମ । ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ଅନେକ ଉଦାହରଣ ସହ ଉପସ୍ଥିତ ଭକ୍ତଜନଙ୍କୁ ଅତ୍ୟନ୍ତ ସରଳ ଭାବରେ ବୁଝାଇଥିଲେ ଗୁରୁଜୀ ।

ଭୁବନେଶ୍ୱର : ଆମେରିକାରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଶ୍ରୀଗୁରୁ ଭଗବତ କାର୍ଯ୍ୟକ୍ରମ । ଆମେରିକାର ଚିକାଗୋରେ ଗତ ୯ ତାରିଖ ଦିନ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ଅନେକ ଉଦାହରଣ ସହ ଉପସ୍ଥିତ ଭକ୍ତଜନଙ୍କୁ ଅତ୍ୟନ୍ତ ସରଳ ଭାବରେ ବୁଝାଇଥିଲେ ଗୁରୁଜୀ । ମନୁଷ୍ୟର ପ୍ରଥମ ଗୁରୁ ହେଉଛନ୍ତି ପିତା ମାତା ବୋଲି ସେ କହିଥିଲେ । ଏହା ବ୍ୟତୀତ ପରିବାରର ମହତ୍ୱ, ବର୍ତ୍ତମାନ ସମୟରେ ପିଲାମାନଙ୍କ ଦୃଷ୍ଟିଭଙ୍ଗୀକୁ ବୁଝି ସେମାନଙ୍କ ପ୍ରତି ସେହିଭଳି ବ୍ୟବହାର କରିବା । ପିଲାମାନଙ୍କୁ ଅନ୍ଧବିଶ୍ୱାସରୁ ମୁକ୍ତ କରିବା, ଦୁଃଖ ଆଉ ସୁଖକୁ ସମାନ ଭାବେ ଗ୍ରହଣ କରିବା ଭଳି ଅନେକ ଉପାଦେୟ ଉପଦେଶ ଦେଇଥିଲେ ଗୁରୁଜୀ ।

ଓଏସ୍‌ଏ ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଧା ମିଶ୍ର, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ଅନନ୍ୟା ମୋଙ୍ଗିଆ ପ୍ରମୁଖ ଯୋଗ ଦେଇଥିଲେ । ଜ୍ଞାନ ପଟ୍ଟନାୟକ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ପେନସିଲଭେନିଆ ଷ୍ଟେଟ ୟୁନିଭର୍ସିଟିରେ ପ୍ରଫେସର ଚିତ୍ତ ରଞ୍ଜନ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.