Below header

ଜ୍ଞାନବାପୀ ମସଜିଦ ସର୍ଭେ : ପ୍ରଥମ ଦିନ କାନ୍ଥରେ ଥିବା ତ୍ରିଶୂଳ ଓ ସ୍ୱସ୍ଥିକ ଚିହ୍ନର ଫଟୋ ନେଲା ଏଏସଆଇ, ଆଜି ବି ଚାଲିଛି ସର୍ଭେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ ଶୁକ୍ରବାର ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସର୍ଭେ ଏଇଥିପାଇଁ କରାଯାଉଛି କି ମସଜିଦ ଏକ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇଛି କି ନାହିଁ ।

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ ଶୁକ୍ରବାର ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସର୍ଭେ ଏଇଥିପାଇଁ କରାଯାଉଛି କି ମସଜିଦ ଏକ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇଛି କି ନାହିଁ । ତେବେ ଏଏସଆଇ ମସଜିଦର କାନ୍ଥ ଓ ଖମ୍ବରେ ତ୍ରିଶୂଳ, ସ୍ୱସ୍ଥିକ, ଘଣ୍ଟି ଓ ଫୁଲ ଚିହ୍ନର ଭିଡିଓଗ୍ରାଫି କରିଛି ।

ଏହି କାର୍ଯ୍ୟ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା । ପ୍ରଥମ ଦିନ କାନ୍ଥ, ଖମ୍ବ ଓ ଗମ୍ବୁଜ ଉପରେ ଥିବା ଚିହ୍ନର ସର୍ଭେ କରାଯାଇଥିଲା । ଏଥିପାଇଁ ମଜଦିଦ ପରିସରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିଲା ।

କ’ଣ ସବୁ ଟେଷ୍ଟ କରାଯାଇଛି

ମସଜିଦରେ ଚାରି କୋଣରେ ଡାଏଲ ଟେଷ୍ଟ ଇଣ୍ଡିକେଟର ଲଗାଯାଇଛି । ଭିତର ପାର୍ଶ୍ୱର ବିଭିନ୍ନ ଭାଗର ଉଚ୍ଚତା ଓ ଗଭୀରତା ମାପ କରାଯାଇଛି । ଏହି କାର୍ଯ୍ୟ ପାଇଁ ଏଏସଆ ଟିମର ୩୭ ଲୋକ ସାମିଲ ଥିଲେ । ଆଇଆଇଟି ବିଶେଷଜ୍ଞ ଟିମକୁ ମିଶାଇ ମୋଟ ୪୧ ଜଣ ସଦସ୍ୟ ବିଶିଷ୍ଟ ଏକ ଟିମ ବନାଯାଇଛି ।

ଆଜି (ଶନିବାର ) ମଧ୍ୟ ଦ୍ୱିତୀୟ ଦିନରେ ସର୍ଭେ କାମ ଜାରି ରହିଛି । ମୁସଲମାନ ପକ୍ଷ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି । ଆଜି ସକାଳ ୯ଟା ରୁ ସର୍ଭେ କାମ ଆରମ୍ଭ ହୋଇ ୧୨ ଟା ୩୦ ଯାଏ ଚାଲିଥିବା ବେଳେ ପୁଣି ଅପରାହ୍ନଟ ୨ଟା ୩୦ ରୁ ୫ଟା ଯାଏ ସର୍ଭେ ଚାଲିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.