Below header

ମଣିପୁରର ‘ମିରାକିଲ ମ୍ୟାନ୍’ IAS ଆର୍ମଷ୍ଟ୍ରଙ୍ଗ ପାମେ

ଅନେକ ଆଇଏଏସ୍ ଓ ଆଇପିଏସ୍ ହେବା ପାଇଁ ସ୍ବପ୍ନ ରଖିଥାନ୍ତି , କିଛି ଜଣକ ସଫଳତାର ଷ୍ଟୋରୀ ଆପଣ ଜାଣୁଥିବେ ନିଶ୍ଚୟ । ଆଜି ଆମେ ଯେଉଁ ଆଇଏଏସ୍ ଅଧିକାରୀଙ୍କ କଥା କହୁଛୁ ସେ ଏବେ ମଣିପୁରରେ ‘ମିରାଇକିଲ ମ୍ୟାନ’ ରୂପେ ଜଣା ଶୁଣା । ମଣିପୁରର ପ୍ରଥମ IAS ଆର୍ମଷ୍ଟଙ୍ଗ ପାମେ । ଯିଏ କି ନିଜ ଦକ୍ଷତା ପାଇଁ ଏବେ ମଣିପୁର ରାଜ୍ୟର ‘ମିରାକିଲ ମ୍ୟାନ୍’ ହୋଇପାରିଛନ୍ତି ।

IAS ବନିବା ଥାଏ ଅନେକଙ୍କ ସ୍ବପ୍ନ । ଦେଶ ପାଇଁ ନିଜ ଅଂଚଳ ପାଇଁ କିଛି କରି ଦେଖାଇବାର ଇଚ୍ଛା ଏହି ପଦବୀ ମାଧ୍ୟମରେ ଟିକେ ସହଜ ହୋଇଯାଏ। ନିଜ ସ୍ୱପ୍ନକୁ ବାସ୍ତବ ରୂପରେଖ ଦେବାପାଇଁ ଏଭଳି ଜଣେ IAS ଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ମଣିପୁରର ପ୍ରଥମ IAS , ଯିଏ କି ଅଛନ୍ତି ଏବେ ପୁରା ଚର୍ଚ୍ଚାରେ । ମଣିପୁରରେ ଘଟୁଥୁବା ହିଂସା ସମଗ୍ର ଦୁନିଆକୁ ଦୋହଲାଇ ଦେଉଥିବା ବେଳେ ଏବେ ଏଠାକାର ଜଣେ IAS ନିଜ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଆଉ ଏମିତି କିଛି କମାଲ କରି ଦେଖେଇଛନ୍ତି ଯାହା ମଣିପୁର ବାସୀଙ୍କ ମୁହଁରେ କିଛି ହସ ଫୁଟାଇଦେଇଛି ।

ମଣିପୁରର ପ୍ରଥମ IAS ଆର୍ମଷ୍ଟଙ୍ଗ ପାମେ । ଯିଏ କି ନିଜ ଦକ୍ଷତା ପାଇଁ ଏବେ ମଣିପୁର ରାଜ୍ୟର ‘ମିରାକିଲ ମ୍ୟାନ୍’ ହୋଇପାରିଛନ୍ତି । ତାଙ୍କର ଏଭଳି କାମ ଦେଖି ସମସ୍ତେ ଖସଇ ହୋଇଯାଇଛନ୍ତି । ମଣିପୁର କ୍ୟାଡରର ଆଇଏଏସ୍ ଆର୍ମଷ୍ଟ୍ରଙ୍ଗ ପାମେ , ଇଚ୍ଛା ଆଉ ସ୍ବପ୍ନ ଥିଲା ନିଜ ସମାଜ ପାଇଁ କିଛି କରି ଦେଖାଇବା , ଯାହାକୁ ସାକାର କରିବା ପରେ ସେ ଏବେ ସବୁଠି ଉଦାହରଣ ସାଜିଛନ୍ତି । ଇମ୍ଫା ଭ୍ୟାଲିର ତାମିଙ୍ଗଲଙ୍ଗ ଜିଲ୍ଲାରେ ରହୁଥିବା ପାମେ ଜେମେ ସମ୍ପ୍ରଦାୟର ହେଉଛନ୍ତି ପ୍ରଥମ ଆଇଏଏସ୍ । ତାଙ୍କର କିଛି ଚେଷ୍ଟା ତାଙ୍କୁ ପୁରା ରାଜ୍ୟରେ ମିରାଇକିଲ ମ୍ୟାନର ଉପାଧି ଦେଇଛି ।

ଅନେକ ଆଇଏଏସ୍ ଓ ଆଇପିଏସ୍ ହେବା ପାଇଁ ସ୍ବପ୍ନ ରଖିଥାନ୍ତି , କିଛି ଜଣକ ସଫଳତାର ଷ୍ଟୋରୀ ଆପଣ ଜାଣୁଥିବେ ନିଶ୍ଚୟ । ଆଜି ଆମେ ଯେଉଁ ଆଇଏଏସ୍ ଅଧିକାରୀଙ୍କ କଥା କହୁଛୁ ସେ ଏବେ ମଣିପୁରରେ ‘ମିରାକିଲ ମ୍ୟାନ’ ରୂପେ ଜଣା ଶୁଣା । ଏହା ପଛରେ କାରଣ ଜାଣନ୍ତୁ..

ଆର୍ମଷ୍ଟ୍ରଙ୍ଗଙ୍କ ସ୍କୁଲ ଶିକ୍ଷା ତାମିଙ୍ଗଲଙ୍ଗରେ ଥିବା ୟୁନାଇଟେଡ୍ ବିଲ୍ଡର୍ସ ସ୍କୁଲରେ ହୋଇଥିଲା । ସ୍କଲ ଶିକ୍ଷା ପରେ ସେ ସିଲଙ୍ଗ ସେଣ୍ଟ ଆଡମଣ୍ଡ କଲେଜରେ କଲେ । ପଢାରେ ବେଶ ଆଗୁଆ ଥିବା ଆର୍ମଷ୍ଟ୍ରଙ୍ଗ ୨୦୦୫ରେ ଦିଲ୍ଲୀର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଫିଜିକ୍ସ ବିଷୟରେ ରଖି ଗ୍ରାଜୁଏସନ୍ ଶେଷ କଲେ । ଏହାପରେ ସେ ଆଇଏଏସ୍ ହେବାକୁ ସ୍ୱପ୍ନ ଦେଖିବା ଆରମ୍ଭ କଲେ ଏହାକୁ ପୂରଣ ବି କଲେ ।

ଆର୍ମଷ୍ଟ୍ରଙ୍ଗ ୨୦୦୭ରେ ପ୍ରଥମ ଥର ପାଇଁ ସିଭିଲ ସର୍ଭିସ୍ ପରୀକ୍ଷା ଦେଲେ । ପ୍ରଥମ ଆଟେମ୍ପଟ ରେ ସଫଳ ମଧ୍ୟ ହେଲେ । କିନ୍ତ କମ୍ ରାଙ୍କ ମିଳିବାରୁ ସେ ଆଇଆରଏସ୍ ସର୍ଭିସରେ ଯୋଗ ଦେଲେ । ତାଙ୍କୁ କିନ୍ତୁ ଏଥିରେ ଭଲ ନଲାଗିବାରୁ ସେ ୨୦୦୮ରେ ପୁଣିଥରେ ପରୀକ୍ଷାରେ ଦେଲେ ଆଉ ଏଥର ଦ୍ୱିତୀୟ ଚେଷ୍ଟାରେ ଆଇଏଏସ୍ ପାଇଲେ । ଏବଂ ୨୦୧୨ରେ ତାଙ୍କୁ ଟୌସେନ୍ ସବଡିଭିଜନର ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଗଲା ।

ନିଜ ଗାଁ ପାଖରେ ଜିଲ୍ଲାପାଳ ଭାବେ ପୋଷ୍ଟିଙ୍ଗ ହେବା ପରେ ପ୍ରଥମ ଚିନ୍ତା ଆସିଥିଲା ରାସ୍ତା ମରାମତି ର.. । ପିଲାବେଳୁ ସେ ଗାଁରେ ରାସ୍ତା ନଥିବା ଯୋଗୁଁ ହେଉଥିବା ସମସ୍ୟା ଭୋଗିଥିଲେ । ତେଣୁ ଭଲ ରାସ୍ତା କରିବା ପାଇଁ ନିଜେ ଆଗେଇଲେ । ଗାଁ ଲୋକଙ୍କ ସହ ଆଲୋଚନା କଲେ । ପରେ ସମସ୍ତେ ମିଶି ୨ ରୁ ୩ କିଲୋମିଟର ନୁହେଁ ବରଂ ଏକାଥରେ ୧୦୦ କିଲୋମିଟରର ରାସ୍ତା ତିଆରି କଲେ ।

ପାହାଡ କାଟି ରାସ୍ତା କରିବା ସହଜ କାମ ନଥିଲେ ବି ଆର୍ମଷ୍ଟ୍ରଙ୍ଗଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି । ସଞ୍ଚିତ ଅର୍ଥ କୁ ନେଇ ଏହି କାମ ଆରମ୍ଭ କଲେ । ୧୦୦ କିଲୋମିଟରର ରାସ୍ତା ନାଗାଲ୍ୟାଣ୍ଡ ମଣିପୁରକୁ ଆସାମ ସହ ସଂଯୋଗ କଲା । ଏହାକୁ ପିପୁଲ୍ସ ରୋଡ୍ ଭାବେ ସାରା ଦେଶ ରେ ଜଣାଯାଏ । ଆର୍ମଷ୍ଟ୍ରଙ୍ଗଙ୍କ ଏଭଳି କାମ ପାଇଁ ତାଙ୍କୁ ରାଜ୍ୟବାସୀ ମିରାକିଲ ମ୍ୟାନ ର ଟ୍ୟାଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.