ହଲଦ୍ୱାନୀ ହିଂସା : ୪ ମୃତ, ୧୦୦ରୁ ଅଧିକ ଆହତ, ଉପଦ୍ରବ ଅଧିକ କଲେ ଗୁଳି କରିବାକୁ ନିର୍ଦ୍ଦେଶ

ହଲଦ୍ୱାନୀ ଜିଲ୍ଲାରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ ନେଇ ଏଭଳି ପରିସ୍ଥିତି ଦେଖାଦେଇଛି । ଏଠାରେ ତୀବ୍ର ଉତ୍ତେଜନା ସହ ମୋଟ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ହଲଦ୍ୱାନୀ ସହରରେ ପୋଲିସ ଛାଉଣୀ ସହିତ କଫ୍ୟୁ ଲାଗୁ କରାଯାଇଛି ।

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦ୍ୱାନୀରେ ଗୁରୁବାର ଅପରାହ୍ନରୁ ଉପୁଜିଥିବା ହିଂସାକାଣ୍ଡ ଉଗ୍ରରୂପ ଧାରଣ କରିଛି । ବେଆଇନ ମଦ୍ରାସା ଭାଙ୍ଗିବାକୁ ନେଇ ଏଭଳି ପରିସ୍ଥିତି ଦେଖାଦେଇଛି । ଏଠାରେ ତୀବ୍ର ଉତ୍ତେଜନା ସହ ମୋଟ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ହଲଦ୍ୱାନୀ ସହରରେ ପୋଲିସ ଛାଉଣୀ ସହିତ କଫ୍ୟୁ ଲାଗୁ କରାଯାଇଛି । ଅଧିକ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଖବର ମୁତାବକ, ହଲଦ୍ୱାନୀ ଜିଲ୍ଲାରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ ଗତକାଲି ପ୍ରଶାସନିକ ଟିମ୍ ଓ ପୋଲିସ ପହଞ୍ଚିଥିଲା । ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ପରେ ପୋଲିସ ଉପରକୁ ପଥର ମାଡ ହୋଇଥିଲା । ପ୍ରତି ଗଳିରେ ଥିବା ଘର ଛାତରେ ପଥର ରକ୍ଷା ଯାଇଥିଲା । ପୋଲିସ, ପ୍ରଶାସନିକ ଟିମ୍ ଓ ସାମ୍ବାଦିକଙ୍କ ଉପରକୁ ଆଖିବୁଜା ପଥର ଫିଙ୍ଗିଥିଲେ । ପରେ ପରେ ସେମାନେ ସେଠାରେ ଥିବା ଗାଡ଼ିମୋଟରଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ।

ଆକ୍ରମଣକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରୁ ଅତିରିକ୍ତ ପୋଲିସ ଫୋର୍ସ ଦାବି କରାଯାଇଛି । ଆଖପାଖ ଜିଲ୍ଲାରୁ ପୋଲିସ ଫୋର୍ସ ଡକାଯାଇଛି ।

ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଶାନ୍ତି ପାଇଁ ଅପିଲ କରାଯାଇଛି । ତେବେ ଯଦି କିଏ ଆଇନକୁ ହାତ ନିଏ କିମ୍ବା ଉପଦ୍ରବ କରେ ତେବେ ତାକୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.