ମହିଳା ପାର୍ଟନରଙ୍କ ଏହି ସବୁ ଗୁଣକୁ ପସନ୍ଦ କରନ୍ତିନି ପୁରୁଷ, ଏପରି କଲେ ସର୍ମ୍ପକରେ ପଡ଼ିବ ଫାଟ

ଆମେ ପ୍ରାୟତଃ ପୁରୁଷଙ୍କ ଖରାପ ଅଭ୍ୟାସ ବିଷୟରେ ଆଲୋଚନା କରିଥାଉ, କିନ୍ତୁ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ଭୁଲ ବିଷୟରେ ନୁହେଁ ମହିଳା ପାର୍ଟନରଙ୍କ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ ।

ପ୍ରତ୍ୟେକ ପୁରୁଷଙ୍କ ଇଚ୍ଛା ଥାଏ ତାଙ୍କ ଜୀବନରେ ଜଣେ ଭଲ ଫିମେଲ ପାର୍ଟନର ଆସୁୁ, ଯାହାଙ୍କ ସହ ସେ ତାଙ୍କର ସାରା ଜୀବନ ବିତାଇ ପାରିବେ । ଯେକୌଣସି ସମ୍ପର୍କରେ ଉଭୟ ପାର୍ଟନରଙ୍କୁ ପରସ୍ପରର ଯତ୍ନ ନେବାକୁ ପଡ଼ିଥାଏ । ଯଦି ଜଣେ ଅନ୍ୟ ଜଣଙ୍କୁ ଅଧିକ ବିରକ୍ତ କରିବ, ତେବେ ଝଗଡ଼ା ହେବାର ଆଶଙ୍କା ବଢ଼ିଯାଏ । ଆମେ ପ୍ରାୟତଃ ପୁରୁଷଙ୍କ ଖରାପ ଅଭ୍ୟାସ ବିଷୟରେ ଆଲୋଚନା କରିଥାଉ, କିନ୍ତୁ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ଭୁଲ ବିଷୟରେ ନୁହେଁ ମହିଳା ପାର୍ଟନରଙ୍କ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ । ସବୁବେଳେ ପୁଅମାନେ ଭୁଲ କରନ୍ତି ତାହା ନୁହେଁ, ଅନେକ ଥର ମହିଳା ପାର୍ଟନରଙ୍କର ମଧ୍ୟ କିଛି ଅଭ୍ୟାସ ଥାଏ ଯାହା ତାଙ୍କ ପ୍ରେମିକ କିମ୍ବା ତାଙ୍କ ସ୍ୱାମୀମାନେ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ସମ୍ପର୍କରେ ବିବାଦ ବଢ଼ିଯାଏ ।

ମହିଳା ବା ଝିଅମାନେ ପୁଅମାନଙ୍କ ଅପେକ୍ଷା ସଜ ହେବାକୁ ଅଧିକ ସମୟ ନିଅନ୍ତି । ବେଳେବେଳେ ମହିଳା ପାର୍ଟନର ପାର୍ଟି କିମ୍ବା କୌଣସି ଫଙ୍କସନ୍‌ ପାଇଁ ପ୍ରସ୍ତୁତ ହେବାକୁ ଘଣ୍ଟା ଘଣ୍ଟା ସମୟ ନେଇଥାନ୍ତି, ଯେଉଁଥିପାଇଁ ଅନେକ ସମୟ ନଷ୍ଟ ହୋଇଯାଏ । ବଡ଼ ବଡ଼ ସହରରେ ଟ୍ରାଫିକ୍ ଜାମ୍ ର ଏକ ସମସ୍ୟା ରହିଛି, ଯେଉଁଥିପାଇଁ ଠିକ୍‌ ସମୟରେ ଘରୁ ବାହାରିବା ଆବଶ୍ୟକ, କିନ୍ତୁ ମହିଳାଙ୍କ ସଜ ହେବା କାରଣରୁ ସମୟରେ ବିଳମ୍ବ ହୁଏ ଏବଂ ପୁରୁଷ ପାର୍ଟନର ଠିକ୍ ସମୟରେ କୌଣସି ସ୍ଥାନରେ ପହଞ୍ଚି ପାରନ୍ତି ନାହିଁ । ଯଦି ଝିଅମାନଙ୍କୁ ସଜ ହେବାରେ ସମୟ ଲାଗୁଛି , ତେବେ ସେମାନେ ସମୟ ପୂର୍ବରୁ ସଜ ହେବା ଆବଶ୍ୟକ, ଯାହା ଦ୍ୱାରା ସେମାନେ ଠିକ୍‌ ସମୟରେ ପାର୍ଟି ବା ଫଙ୍କସନରେ ପହଞ୍ଚି ପାରିବେ ।

ପ୍ରତ୍ୟେକ ଝିଅମାନେ ଚାହାଁନ୍ତି ଯେ ତାଙ୍କ ପୁରୁଷ ପାର୍ଟନର ତାଙ୍କୁ ସପିଂରେ ସାହାଯ୍ୟ କରନ୍ତୁ । ଏଭଳି କରିବା ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଥାଏ । କିନ୍ତୁ ବେଳେବେଳେ ଝିଅମାନେ ଡ୍ରେସ୍‌ କିମ୍ବା ଜିନିଷ ସିଲେକ୍ଟ କରି ପାରନ୍ତି ନାହିଁ । ସେତେବେଳେ ପୁରୁଷ ପାର୍ଟନର ବିରକ୍ତ ହେବା ଆରମ୍ଭ କରନ୍ତି ଏବଂ ଏକ କୋଣରେ ବସି ଅପେକ୍ଷା କରିବା ଆରମ୍ଭ କରନ୍ତି । ପରେ ପୁରୁଷ ପାର୍ଟନରମାନେ ନିଜ ମହିଳା ପାର୍ଟନରଙ୍କ ସହ ସପିଂ ଯିବାକୁ ଚାହାନ୍ତି ନାହିଁ ।

ସନ୍ଦେହ ଯେକୌଣସି ସମ୍ପର୍କକୁ ଦୁର୍ବଳ କରିପାରେ । ପୁରୁଷମାନେ ମହିଳା ପାର୍ଟନରଙ୍କ ଉପରେ ସନ୍ଦେହ କରନ୍ତି, କିନ୍ତୁ ମହିଳାମାନେ ପୁରୁଷଙ୍କ ଉପରେ ଅଧିକ ସନ୍ଦେହ କରନ୍ତି । ଯାହା ଏକ ଭଲ ସର୍ମ୍ପକକୁ ଖରାପ କରିପାରେ । ମହିଳାମାନେ ପୁରୁଷଙ୍କ ଉପରେ ସନ୍ଦେହ କରି ଅନେକ ପ୍ରଶ୍ନ କରନ୍ତି, ଯାହା ପୁରୁଷଙ୍କୁ ପସନ୍ଦ ଆସେନାହିଁ । ଯଦି ଆପଣ ନିଜ ପାର୍ଟନରକୁ କଣ୍ଟ୍ରୋଲ କରିବେ ତେବେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ତେଣୁ ପାର୍ଟନରଙ୍କ ଉପରେ ଅଯଥା ସନ୍ଦେହ କରନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.