Below header

ଇଣ୍ଡିଆ ସ୍କିଲ୍ ରିପୋର୍ଟ-୨୦୧୯ର ଖୁଲାସା : ଏବେ ହାର୍ଡୱେୟାର, ମେନ୍ୟୁଫେକ୍ଚରିଙ୍ଗ୍,ସଫ୍ଟୱେୟାରରୁ ମିଳିବ ରୋଜଗାର

୪୯ ପ୍ରତିଶତ ଭାରତୀୟ ଇଞ୍ଜିନିୟର ଏବେ ବେରୋଜଗାର ରହିବେ ନାହିଁ। ସରକାର ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ର ଶିକ୍ଷା ସାମିଲ୍ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ସିଆଇଆଇଟି,ଫିକ୍କି,ଏସୌଚମ,ନୌସକାମ,ପିଏଚଡ଼ି ଅଫ କମର୍ସ ଇଣ୍ଡଷ୍ଟ୍ରି ରେ ସରକାର ଆର୍ଟିଫିସିଆଲ ଇଂଟେଲିଜେନ୍ସ କୋର୍ସ ପଢାଇବା ପାଇଁ ପରାମର୍ଶ ଦେଇଥିଲେ। ଏବେ ଏହି ଅନ୍ତରିଣ ବଜେଟରେ ଆର୍ଟିଫିସିୟେଲ ଇଂଟେଲିଜେନ୍ସର ସ୍ଥାନ ମଞ୍ଜୁରି ହୋଇଛି।

ମାନବକଲ୍ୟାଣ ବିକାଶ ମନ୍ତ୍ରୀ କହିଛନ୍ତି ଏବେ ଇଞ୍ଜିନିୟରିଂ ରେ ଡ଼ିଗ୍ରୀ ପରେ କୌଣସି ଛାତ୍ର,ଛାତ୍ରୀ ବେକାର ରହିବେ ନାହିଁ।ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାସ କରିଥିବା ଛାତ୍ର,ଛାତ୍ରୀ ମାନଙ୍କର ବହୁତ ଚାହିଦା ରହିଛି। ଆର୍ଟିଫିସିଆଲ ଇଂଟେଲିଜେନ୍ସ ରେ ଛାତ୍ରମାନେ ଇନୋଭେସନ ଏବଂ ରିସର୍ଚ୍ଚ ରେ ଆଗକୁ ବଢିବେ। ବଜେଟ୍ ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ସ୍ଥାନ ପାଇଁ ମଞ୍ଜୁରୀ ମିଳିଛି।ଏହି ସଂସ୍ଥା ଇଷ୍ଟିଚ୍ୟୁଟ୍ ଅଫ ଏମିନେନ୍ସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ ରେ ପଢିବାର ସଂସ୍ଥା ଏହା ସହ ମିଶି କାମ କରିବ।।

ଆଇଆଇଟି ଆର୍ଟିଫିସିଆଲ ଇଂଟେଲିଜେନ୍ସ ରେ ବିଟେକ୍,ଏମଟେକ୍ ପଢିବାର ସୁବିଧା କରାଯାଇଛି। ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ,ହାଡ଼ୱୟାର, ମ୍ୟାନୁଫ୍ୟାକ୍ଚରିଙ୍ଗ୍, ସଫ୍ଟୱେୟାରର ଚାହିଦା ରହିଛି। ଜାବେଦକରଙ୍କ କହିବା ଅନୁସାରେ ,ସିଆଇଆଇ-ଏଆଇସିଟିଇ ର ଇଣ୍ଡିଆ ସ୍କେଲ୍ ରିପୋର୍ଟ ୨୦୧୯ ରେ ୧୫ ପ୍ରତିଶତ ରୋଜଗାର ର ସୁଯୋଗ ବଢିବା ପାଇଁ ଘୋଷଣା କରାଯାଇଛି। ଏହାବ୍ୟତିତ ସିଆଇଆଇଟି,ଫିକ୍କି,ଏସୌଚମ,ନୌସକାମ,ପିଏଚଡ଼ି ଅଫ କମର୍ସ ଇଣ୍ଡଷ୍ଟ୍ରି ରେ ସରକାର ଆର୍ଟିଫିସିଆଲ ଇଂଟେଲିଜେନ୍ସ କୋର୍ସ ରେ ସାମିଲ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବିଷୟରେ ପାସଆଉଟ୍ ଛାତ୍ର,ଛାତ୍ରୀ ମାନଙ୍କର ଚାକିରି ହେବାର ସମ୍ଭାବନା ରହିଛି।

ମୋଦି ସରକାରଙ୍କ କହିବା ଅନୁସାରେ ଛାତ୍ର,ଛାତ୍ରୀ ମାନଙ୍କୁ ସ୍କିଲ୍ ଉପରେ ଆଧାରିତ ଡ଼ିଗ୍ରୀରେ ପଢାଯିବ,ଯାହାଫଳରେ କଲେଜ ସରିବା ପରେ ଚାକିରି ନିଶ୍ଚିତ ହୋଇଥାଏ। ଆଇଆଇଟି ହାଇଦ୍ରାବାଦ୍, ଆଇଆଇଟି ଦିଲ୍ଲୀ ସମେତ କିଛି ଅନ୍ୟ ଆଇଆଇଟି ୨୦୧୯ ରେ ଅର୍ଟେିଫିସିଆଲ ଇଂଟେଲିଜେନ୍ସି ବିଷୟରେ ଡ଼ିଗ୍ରୀ ପୋଗ୍ରାମରେ ଯୋଡ଼ି ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.