Below header

ଚଳିତ ବର୍ଷ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ସୋନାକ୍ଷୀ

ମୁମ୍ବାଇ : ୨୦୧୯ ବର୍ଷକୁ ନେଇ କାଫି ଏକ୍ସଆଇଟେଡ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସେ କହିଛନ୍ତି ଚଳିତ ବର୍ଷ ଦର୍ଶକ ମୋତେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିପାରିବେ ଓ ମୋ କାମକୁ ପସନ୍ଦ କରିବେ। ଚଳିତ ବର୍ଷ କିଛି ଫିଲ୍ମରେ ମୁଁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛି। ଭଲ ଚରିତ୍ର କାରଣରୁ ମୁଁ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲି। ପ୍ରତ୍ୟେକ ଚରିତ୍ରର ଅଲଗା ଅଲଗା ଯାତ୍ରା ରହିଛି। ମୁଁ ଯେପରି ମୋ କାମକୁ ପସନ୍ଦ କରୁଛି। ଦର୍ଶକ ମଧ୍ୟ ମୋ କାମକୁ ପସନ୍ଦ କରିବେ ବୋଲି ମୋର ଆଶା।

sonaa

ଅଭିଷେକ ବର୍ମନଙ୍କ ପିରିୟଡ ଡ୍ରାମା ଫିଲ୍ମ ‘କଲଙ୍କ’ରେ ସୋନାକ୍ଷୀ ନଜର ଆସିବେ। ଏହା ପରେ ସେ ଭାରତର ପ୍ରଥମ ସ୍ପେସ ଫିଲ୍ମ ‘ମିଶନ ମଙ୍ଗଲ’ରେ ମଧ୍ୟ ଅଭିନୟ କରିବେ। ଏହା ସହ ଦବଙ୍ଗ -୩ ମଧ୍ୟ ତାଙ୍କ ହାତରେ ରହିଛି। ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ହାପି ଫିର ଭାଗ ଜାଏଗୀ । ବକ୍ସଅଫିସରେ କିଛି ଖାସ କମାଲ କରିପାରିନଥିଲା ଏହି ଫିଲ୍ମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.