ବାସ୍ତୁଶାସ୍ତ୍ର ଅନୁସାରେ କେଉଁଠି ରଖିବେ ପାଣିଟାଙ୍କି , ନହେଲେ ହୋଇପାରେ ଅର୍ଥହାନୀ

ଘରର ବାସ୍ତୁ ନିହାତୀ ଭାବେ ଠିକ୍ ରହିବା ଉଚିତ୍ । କାହିଁକିନା ବାସ୍ତୁ ଉପରେ ହିଁ ଶୁଭଅଶୁଭ ସବୁ ନିର୍ଭର କରିଥାଏ । ତେବେ ଘରେ ଥିବା ପାଣିଟାଙ୍କି ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ । ଆପଣ ଏକଥା ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବେ ଘରର ବାସ୍ତୁରେ ପାଣିଟାଙ୍କିର କଣ ଭୂମିକା ରହିଛି ।

waterଆସନ୍ତୁ ଜାଣିବା ପାଣିଟାଙ୍କି ବିଷୟରେ କିଛି ଉପକାରୀ ତଥ୍ଯ :

-ବାସ୍ତୁଶାସ୍ତ୍ର ଅନୁସାରେ ପାଣିଟାଙ୍କି ଉତ୍ତର-ପୂର୍ବ ଦିଗରେ ରହିବା ଦରକାର । ଏହଦ୍ଵାରା ଘରର ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଧନଲାଭ ହେବାର ଯୋଗ ରହିଛି ।

– ଯଦି ଆପଣଙ୍କ ପାଣିଟାଙ୍କି ଠିକ ଜାଗାରେ ନାହିଁ, ତାହେଲେ ପରିବାରର ସଦସ୍ଯ ମାନଙ୍କୁ ବିଭିନ୍ନ ରୋଗ ଲାଗିରହିବ । ଏହା ସହିତ  ଅର୍ଥହାନୀ ମଧ୍ଯ ହୋଇପାରେ।

– ପାଣିଟାଙ୍କି ଉତ୍ତରଦିଗରେ ରହିଲେ ଘରେ ଶାନ୍ତିମୟ ପରିବେଶ ରହିଥାଏ । କୌଣସି ପ୍ରକାରର ନକରାତ୍ମକ ଶକ୍ତି କିମ୍ବା ଅଶାନ୍ତି ଦେଖାଯାଇନଥାଏ ।

water tank1-ପାଣିଟାଙ୍କି ଯଦି ପଶ୍ଚିମଦିଗରେ ରୁହେ ତେବେ ଘରର ସଂପତ୍ତି ବଢ଼ାଇବାରେ ଏହା ବିଶେଷ ଭାବେ ସାହାର‌୍ୟ୍ୟ କରିଥାଏ ।

– ଗୁରୁତ୍ବ କଥା ହେଉଛି ଘରର ଦକ୍ଷିଣ ପୂର୍ବ ଦିଗରେ ପାଣିଟାଙ୍କି ବସାନ୍ତୁ ନାହିଁ, ଏହାଦ୍ଵାରା କୌଣସି ଅଶୁଭ ହେବାର ସମ୍ଭାବନା ରହିଥାଏ।

-ଏହା ସହିତ ପାଣିଟାଙ୍କି ଦକ୍ଷିଣ ପଶ୍ଚିମ କୋଣରେ ବସାଇଲେ ବଡ଼ ଅଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.