ପାକିସ୍ତାନ ବୋଟ୍ରୁ ୪୦୦ କୋଟି ଟଙ୍କାର ହେରୋଇନ୍ ଜବତ

ନୂଆଦିଲ୍ଲୀ : ପାକିସ୍ତାନ ଏକ ବୋଟ୍ରୁ ୪୦୦ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଛି। ଗୁଜରାଟ ଉପକୂଳରୁ ଜବତ ହୋଇଛି ଏହି ହେରୋଇନ୍ । ପାକିସ୍ତାନର ଏକ ବୋଟ ୭୭ କେଜି ଓଜନର ହେରୋଇନ୍ ନେଇ ଯାଉଥିଲା । ଏଥିରେ ୬ ଜଣ କ୍ରୀଉ ମେମ୍ବର ଥିଲେ ।

କଛ ଜିଲ୍ଲାର ଜାଖାଉ ଉପକୂଳରୁ ୩୫ ନଟିକାଲ ମାଇଲ ଦୂରରେ ବୋଟକୁ ଧରିଥିଲେ ଇଣ୍ଡିଆନ କୋଷ୍ଟ ଗାର୍ଡ ଓ ଗୁଜରାଟ ଏଟିଏସ୍ । ଅଧିକ ପଚରାଉଚରା ପାଇଁ ବୋଟ୍କୁ ଜାଖାଉ କୋଷ୍ଟକୁ ଅଣାଯାଇଥିଲା । କରାଚିରୁ ଏହି ମାଛଧରା ବୋଟ ବାହାରିଥିଲା ।

ଦୁଇ ଜଣ ପାକିସ୍ତାନୀ ଏହି ବିପୁଳ ପରିମାଣର ହେରୋଇନ୍ ପଠାଇଥିଲେ । ଗୁଜରାଟ କଛରେ ହେରୋଇନ୍ ଖଲାସ କରିବାକୁ ଯୋଜନା ଥିଲା । ଗୁଜରାଟ ଏଟିଏସ୍ ଏ ସଂପର୍କରେ ସୂଚନା ପାଇବା ପରେ ଇଣ୍ଡିଆନ୍ କୋଷ୍ଟ ଗାର୍ଡ ସହ ମିଳିତ ଅପରେସନ୍ ଆରମ୍ଭ କରି ପାକିସ୍ତାନୀ ବୋଟକୁ ଧରିଥିଲେ । ଜବତ ହେରୋଇନ୍ର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.