ଏହି ୫ ଟି ଖରାପ ଅଭ୍ୟାସ ଆପଣଙ୍କୁ ଶୀଘ୍ର କରିବ ବୃଦ୍ଧ , ଜଲ୍ଦି ଛାଡନ୍ତୁ ଏହି ଖରାପ ଅଭ୍ୟାସ

ବାର୍ଦ୍ଧକ୍ୟ ଏକ ସାଧାରଣ ପ୍ରକ୍ରିୟା କିନ୍ତୁ କୌଣସି ବି ବ୍ୟକ୍ତି ଖୁବ ଶୀଘ୍ର ବୃଦ୍ଧ ହେବାକୁ ଚାହାଁନ୍ତିନି । କିନ୍ତୁ ଏହାରି ମଧ୍ୟରେ ଆମର କିଛି ଅଭ୍ୟାସ ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବକ ରଖେ ଓ ସତେଜ ରଖେ ତ ପୁଣି ଆଉ କିଛି ଅଭ୍ୟାସ ଖୁବ୍‌ ଶୀଘ୍ର ବାର୍ଧ୍ୟକ୍ୟ ଆଣିଥାଏ । ଏମିତିକି ଆପଣଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡେ । ଅନେକ ଶାରୀରିକ ଅସୁବିଧା ଭୋଗିବାକୁ ପଡିଥାଏ । ତେଣୁ ଆପଣ ଯଦି ଅଧିକ ଦିନ ପର୍ଯ୍ୟନ୍ତ ସୁନ୍ଦର , ସୁସ୍ତ ଓ ଯବାନ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛିଟା ଖରାପ ଅଭ୍ୟାସ ଛାଡିବାକୁ ପଡିବ । ନହେଲେ ହୁଏତ ଆପଣଙ୍କୁ ସାମ୍ନା କରିବାକୁ ପଡିବ ଅନେକ ଅସୁବିଧା ।

ଆପଣ ଜାଣିଛନ୍ତି ପ୍ରତ୍ୟେକ ଦିନ ଆମ ବୟସ ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨୦୫୦ ପର୍ଯ୍ୟନ୍ତ ପ୍ରାୟ ୨ ବିଲିୟନ ରୁ ଅଧିକ ଲୋକେ ୬୦ ବର୍ଷ ରୁ ଅଧିକ ହୋଇଯାଇଥିବେ । କହିବାକୁ ଗଲେ ଦୁନିଆରେ ଲୋକେ ପୂର୍ବରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି । ଜନସଂଖ୍ୟା ଅନୁସନ୍ଧାନ ରେ ପ୍ରକାଶିତ ଏକ ରିପୋର୍ଟ ରେ କୁହାଯାଇଛି ଯେ ମଣିଷ ଯଦି ଠିକ ଭାବେ ନିଜର ଯତ୍ନ ନେବ ତେବେ ଆଗାମି ଦିନରେ ପ୍ରାୟ ୧୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ।

ତେବେ ନେଚର ହ୍ୟୁମାନ ବିହେଭିଅର ଅନୁଯାୟୀ ମଣିଷର ଆୟୁ ବଢିବା ସହିତ ତାର ଗୁଣରେ ଓ ମାନସିକ ସ୍ତରରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ସବୁକିଛି ନିଜ ର ରହଣୀ ଶୈଳୀ ବା ୱାଇଫଷ୍ଟାଇଲ ଉପରେ ନିର୍ଭର କରେ । ତେଣୁ ବର୍ତ୍ତମା ନ କିଛି ଲୋକେ ଯେଉଁଭଳି ଭାବରେ ଖାଦ୍ୟ ପେୟ କରୁଛନ୍ତି ସେଥିପାଇଁ ଅଧିକ ଦେହ ମଧ୍ୟ ଖରାପ ହେଉଛି । ଏମିତିକି ଜଲ୍ଦି ବାର୍ଧ୍ୟକ୍ୟ ଆସିଯାଉଛି ।

ତେବେ ଏହି ବାର୍ଦ୍ଧକ୍ୟ ରୁ ଦୂରେଇବା ପାଇଁ ଆପଣଙ୍କୁ ନିଜର କିଛି ଅଭ୍ୟାସ ବଦଳିବା ପାଇଁ ପଡିବ । ଯାହା ଦ୍ୱାରା ଆପଣ ସୁସ୍ଥ ରହିବା ସହିତ ଆପଣଙ୍କ ଯୌବନ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିବ ।

ଜାଣି ରଖନ୍ତୁ କେଉଁ ଖରାପ ଅଭ୍ୟାସଠାରୁ ଦୂରେଇ ରହିବେ ।

ଅଧିକ ଟିଭି ଦେଖିବା ବନ୍ଦ କରନ୍ତୁ:

ବେଳେ ବେଳେ ଅଧିକ ରାତି ପର୍ଯ୍ୟନ୍ତ ଟିଭି ଦେଖିବା କିଛି ଖରାପ ନୁହେଁ କିନ୍ତୁ ଏହାକୁ ନିଜର ସବୁ ଦିନିଆ ଅଭ୍ୟାସ କରନ୍ତୁ ନାହିଁ । ଆମେରିକା ହାର୍ଟ ଆସୋସିଏସନ ର ଏକ ରିପୋର୍ଟ ଅନୁଯାୟୀ , ଖୁବ କମ ବୟସରେ ରୋଗରେ ପଡୁଥିବା ଲୋକଙ୍କ ପାଇଁ ଦାୟୀ ହେଉଛି ଟିଭି । କାରଣ ରିପୋର୍ଟ ଅନୁସାରେ ଅଧିକ ସମୟ ଟିଭି ଦେଖିଲେ ମସ୍ତିଷ୍କ ରେ ଗ୍ରେ ମିଟର ର ମାତ୍ରା କମ ହୋଇଯାଏ ।
ଗ୍ରେ ମିଟର ମଣିଷର ନର୍ଭସ୍‌ ସିଷ୍ଟମ ବା ସ୍ନାୟୁ ସହିତ ଯଡିତ ଥାଏ । ଯାହାକି ମଣିଷକୁ କିଛି କଥା ଭାବିବା ପାଇଁ ଓ ଡିସିସନ ନେବା ପାଇଁ ସକ୍ଷମ କରାଏ । ତେଣୁ ଅଧିକ ଟିଭି ଦେଖିବା ଦ୍ୱାରା ଏହା ସ୍ନାୟୁ କୁ ପ୍ରଭାବିତ କରିଥାଏ । ଏହାର ଖରାପ ପ୍ରଭାବ ମଣିଷର ଶରୀର ଓ ମସ୍ତିଷ୍କ ଉପରେ ପଡିଥାଏ । ତେଣୁ ଆପଣ ଦରକାର ଠାରୁ ଅଧିକ ଟିଭି ଦେଖିବା କମ କରନ୍ତୁ ।

ସବୁ ସମୟରେ କିିଛି ନ କରି ଗୋଟେ ସ୍ଥାନରେ ବସିବା ମଧ୍ୟ ବନ୍ଦ କରନ୍ତୁ :

କରୋନା ମହାମାରୀ ହେତୁ ଅଧିକାଂଶ ଲୋକଙ୍କ ଶୋଇବା ଅଭ୍ୟାସରେ ପରିବର୍ତ୍ତନ ଆସିଛି । ଏମିତିକି ଅନେକ ଲୋକେ କେବଳ ୮ ଘଣ୍ଟାରୁ ବି ଅଧିକ ସମୟ ଶୋଉଥିବା ରିପୋର୍ଟ ରୁ ଜଣା ପଡିଛି । ଏମିତିକି କିଛି ଲୋକେ ସୁସ୍ଥିଆ ହୋଇଯାଇଛନ୍ତି । ତେଣୁ ବୈଜ୍ଞାନିକଙ୍କ ଅନୁଯାୟୀ ଅଧିକ ସମୟ ବସିବା ଉଚିତ ନୁହେଁ , କିଛି ନା କିଛି ଶାରୀରିକ କାମ କରିବା ଦରକାର । ଏହା ଦ୍ୱାରା ମସ୍ତିକ ତିକ୍ଷ୍ନ ହେବ । ତେବେ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟର । ଏହା ଦ୍ୱାରା ନିଦ ପୁପାହୋଇଥାଏ ଓ ଯୌବନ ମଧ୍ୟ ସତେଜ ରହିଥାଏ ।

ଅନଲାଇନରେ ଅତ୍ୟଧିକ ସମୟ ବିତାଇବା : 

ଗତ ଦୁଇ ବର୍ଷ ମଧ୍ୟରେ, କରୋନା ହେତୁ ଲୋକମାନେ ଅଧିକାଂଶ ସମୟ ଇଣ୍ଟରନେଟ ବ୍ୟବାହାର କରୁଛନ୍ତି । ଏଜିଙ୍ଗ ଆଣ୍ଡ୍‌ ମେକାନିଜିମ୍ ଅଫ୍ ଡିସିଜ୍‌ ଷ୍ଟଡି ଅନୁଯାୟୀ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନରୁ ଆସୁଥିବା ନୀଳ ଆଲୋକ ଆମ ଆଖି ଏବଂ ଚର୍ମ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଅନେକ ପ୍ରକାର ରୋଗ ହୋଇଥାଏ ତେଣୁ ଅଧିକ ସମୟ ଅନଲାଇନ ରହିବା ବନ୍ଦ କରନ୍ତୁ ।
ଏକା ରୁହନ୍ତୁ ନାହିଁ।

ଅନେକ ସମୟରେ କିଛି ଲୋକେ ଏକାନ୍ତ ରହିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ସବୁ ସମୟରେ ଏକା ରହିବା ନିଜ ମାନସିକ ଉପରେ ପ୍ରଭାବ ପକାଇଥାଏ । ତେଣୁ ନିଜ ଲୋକଙ୍କ ସହ ସମୟ ବିତାଇବା ମଧ୍ୟ ଆବଶ୍ୟକ । ଷ୍ଟ୍ରେସ ନେବା ଦ୍ୱାରା ମଧ୍ୟ ବାର୍ଧକ୍ୟ ଅସିଥାଏ । ଆପଣ ଯେତେ ମାତ୍ରାରେ ଖୁସି ରହିବେ ତାହା ଆପଣଙ୍କ ଶରୀର ପାଇଁ ଭଲ ଓ ତ୍ୱତା ପାଇଁ ମଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.