Below header

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ, ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

କେନ୍ୟୁଜ୍(ବ୍ୟୁରୋ):ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା। ନଭେମ୍ବର ୧୨ତାରିଖରେ ହେବ ନିର୍ବାଚନ। ଡିସେମ୍ବର ୮ତାରିଖରେ ହେବ ଗଣତି ଓ ଫଳାଫଳ ଘୋଷଣା। ଏନେଇ ଅକ୍ଟୋବର ୧୭ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୫ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ।

ଏନେଇ ଆଜି ଭାରତୀୟ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ। ଆଜି ଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ୨୦୧୭ ବିଧାନସଭା ନିର୍ବାଚନରେ ୪୪ଟି ଆସନ ଜିତି ସରକାର ଗଠନ କରିଥିଲା ବିଜେପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.