ସିବିଏସ୍‌ଇ ଏକମାତ୍ର କନ୍ୟା ସନ୍ତାନ ଛାତ୍ରବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ପ୍ରତି ମାସରେ ମିଳିବ ୫୦୦ ଟଙ୍କା

ଯଦି ଆପଣ ଏକମାତ୍ର କନ୍ୟା ସନ୍ତାନର ମାତାପିତା, ତେବେ ସିବିଏସ୍ଇର ଏହି ଯୋଜନାର ଲାଭ ଉଠାଇ ପାରିବେ। ବାସ୍ତବରେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍‌ (ଛାତ୍ରବୃତ୍ତି) ପାଇଁ ମେରିଟ୍ ସ୍କଲାରସିପ୍ ସ୍କିମ୍ ୨୦୨୨ ନିମନ୍ତେ ଅନଲାଇନ୍ ଆବେଦନ ଆହ୍ଵାନ କରିଛି। ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍‌ ଏବଂ ଗତ ବର୍ଷ ଦିଆଯାଇଥିବା ସ୍କଲାରସିପ୍‌ର ନବୀକରଣ ପାଇଁ ସିବିଏସ୍ଇ ଆବେଦନ ମାଗିଛି।

ସିବିଏସ୍ଇ ୨୦୦୬ରେ ଏହି ଯୋଜନା ଆରମ୍ଭ କରିଥିଲା। ଯୋଜନାର ଉଦ୍ଦେଶ୍ୟ ହେଉଛି, ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଏପରି ମାତାପିତାଙ୍କ ପ୍ରୟାସକୁ ଚିହ୍ନିବା। ଏହି ସ୍କଲାରସିପ୍‌ ପାଇଁ ଯୋଗ୍ୟ ଛାତ୍ରୀ ସିବିଏସ୍‌ଇର ଅଫିସିଆଲ େଓ୍ଵବ୍‌ସାଇଟ cbse.gov.inରେ ସିଙ୍ଗଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ୨୦୨୨ ସ୍କିମ୍ ଏବଂ ସିଙ୍ଗଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ୨୦୨୧ ନବୀକରଣ ପାଇଁ ଆବେଦନ କରି ପାରିବେ। ସ୍କଲାରସିପ୍‌ ଏବଂ ନବୀକରଣ ପାଇଁ ଆବେଦନର ଶେଷ ତାରିଖ ରହିଛି ୧୪ ନଭେମ୍ବର, ୨୦୨୨।

କେମିତି ମିଳିବ ଏହି ସ୍କଲାରସିପ୍‌

ସିବିଏସ୍‌ଇ ଏହି ସ୍କଲାରସିପ୍‌ କେବଳ ସେହି ଝିଅମାନଙ୍କୁ ଦେଇଥାଏ, ଯେଉଁମାନେ CBSE କିମ୍ବା CBSEର ମାନ୍ୟତା ପ୍ରାପ୍ତ ସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ନିଜ ମାତାପିତାଙ୍କର ଏକମାତ୍ର ସନ୍ତାନ। ଏଥି ସହିତ ଯେଉଁମାନେ ପ୍ରଥମ ୫ ବିଷୟରେ ୬୦% ମାର୍କ ସହିତ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି , ସେମାନେ ମଧ୍ୟ ସାମିଲ ହୋଇପାରିବେ।

ସ୍କଲାରସିପ୍‌ ରାଶି କେତେ

ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡ ଅର୍ଥ ମାତାପିତାଙ୍କର ଏକମାତ୍ର ସନ୍ତାନ, ଯାହାଙ୍କର ଅନ୍ୟ କେହିି ଭାଇ, ଭଉଣୀ ନ ଥିବେ। ଏମିତି ଛାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସକୁ ୫୦୦ ଟଙ୍କା ଦୁଇ ବର୍ଷ ପାଇଁ ମିଳିବ। ମନେ ରଖନ୍ତୁ, ଛାତ୍ରୀମାନଙ୍କ ମାସିକ ଟ୍ୟୁସନ ଫିସ୍‌ ୧,୫୦୦ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ। ଆସନ୍ତା ବର୍ଷ ସ୍କଲାରସିପ୍‌ ରାଶିକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାର ସମ୍ଭାବନା ରହିଛି। ସିବିଏସ୍‌ଇ ସ୍କଲାରସିପ୍‌କୁ ଏକାଦଶ ଶ୍ରେଣୀର ସଫଳ ସମାପ୍ତି ପରେ ୧ ବର୍ଷ ଅବଧି ପାଇଁ ନବୀକରଣ କରାଯିବା ଉଚିତ। ନବୀକରଣ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ଉପରେ ନିର୍ଭର କରିବ। ଅର୍ଥାତ୍‌ ଛାତ୍ରୀ ଏକାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ୫୦% କିମ୍ବା ଏହାଠୁ ଅଧିକ ମାର୍କ ପାଇଥିଲେ, ସ୍କଲାରସିପ୍‌ ନବୀକୃତ ହେବ।

ଏମିତି କରନ୍ତୁ ଆବେଦନ

୧. ସିବିଏସ୍‌ଇର ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଆନ୍ତୁ।

୨. ତଳକୁ ସ୍କ୍ରଲ କରନ୍ତୁ ଏବଂ ସ୍କଲାରସିପ୍ ଉପରେ କ୍ଲିକ୍ କରନ୍ତୁ।

୩. ଏହାପରେ ‘Guidelines & Application Form 2022 / Apply Online’ ଖୋଜନ୍ତୁ।

୪. ନୂଆ ଆବେଦନ ପାଇଁ ‘Single Girl Child Scholarship – 2022’ କିମ୍ବା ‘CBSE Merit Scholarship Scheme for Single Girl Child of Class X for renewal’ ଉପରେ କ୍ଲିକ୍ କରନ୍ତୁ।

୫. ଆବେଦନ ଭରିବା ପାଇଁ ଛାତ୍ରୀମାନଙ୍କୁ ନିଜ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦାଖଲ କରିବାକୁ ପଡିବ।

୬. ଏବେ ଫର୍ମ ଦାଖଲ ପୂର୍ବରୁ ସମସ୍ତ ବିବରଣୀ ଯାଞ୍ଚ କରନ୍ତୁ।

୭. ଜମା କରିବା ପରେ ସ୍କୁଲଗୁଡ଼ିକୁ ଛାତ୍ରୀଙ୍କ SGCS-X ଆବେଦନକୁ ସତ୍ୟାପିତ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.