ପାକ୍‌ ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେବା ଅଭିଯୋଗରେ ଜଣେ ଯବାନ ଗିରଫ

ପୁଣି ହନି ଟ୍ରାପ୍‌ର ଶିକାର ହୋଇଛନ୍ତି ଭାରତୀୟ ଯବାନ। ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ ବୁଧବାର ସେନାର ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯବାନ ପାକିସ୍ତାନର ମହିଳା ଆଇଏସ୍‌ଆଇଙ୍କ ପ୍ରରୋଚନାରେ ଭାରତର ସମସ୍ତ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି।

ଏହାସହ ପଢ଼ନ୍ତୁ: ଛାତ୍ରଙ୍କୁ ଶାସନ କରିବାକୁ ଯାଇ ଭୟଙ୍କର ଛେଚା ଖାଇଲେ ସାର୍‌

ଅଧିକାରୀଙ୍କ ସୂଚନାନୁସାରେ ରାଜସ୍ଥାନର ପୋଖରାନ୍‌ରେ ଡିଉଟି କରୁଥିବା ଯବାନ ବିଚିତ୍ର ବେହେରାଙ୍କ ଉପରେ ଉପରିସ୍ଥ ଅଧିକାରୀ ସନ୍ଦେହ କରି ନଜର ରଖୁଥିଲେ। ତାଙ୍କୁ ଏବଂ ଆଉ ଜଣେ ଯବାନଙ୍କୁ ମଙ୍ଗଳବାର ତଥ୍ୟ ପ୍ରଘଟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବେହେରା ଫେସବୁକ୍‌ ଓ ହ୍ଵାଟ୍ସଆପ୍‌ ମାଧ୍ୟମରେ ପାକିସ୍ତାନୀ ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ଜାଲରେ ଫସି ତାଙ୍କୁ ଭାରତୀୟ ସେନାର ଗୋପନୀୟ ତଥ୍ୟ ସମ୍ପର୍କରେ ସୂଚନା ଦେଉଥିଲା।

ଏହା ବଦଳରେ ସେ ସମୃକ୍ତ ଏଜେଣ୍ଟଙ୍କ ଠାରୁ ଟଙ୍କା ମାଗୁଥିଲା। ମହିଳା ଜଣକ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ବୋଲି ଜଣାଯାଇଛି। ପଚରାଉଚୁରା କରିବାକୁ ବେହେରା ସ୍ୱୀକାର କରିଛନ୍ତି ଯେ ଗତ ଦୁଇ ବର୍ଷ ହେବ ସେ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କରେ ଅଛନ୍ତି। ବନ୍ଧୁତା କରିବା ପରେ ଉଭୟେ ଫେସ୍‌ବୁକ୍‌ରେ ଚାଟ୍‌ କରିବା ସହ ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ସମ୍ପର୍କ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.