ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହେଲା ସ୍ୱତନ୍ତ୍ର wheel chair, ଏଣିକି ସେମାନେ ସହଜରେ ଯାଇଆସି ପାରିବେ

ଆଉ ଦିବ୍ୟାଙ୍ଗ ମାନଙ୍କୁ ସେତେଟା ଅସୁବିଧା ଭୋଗିବାକୁ ପଡ଼ିବନି । ଏହା ସାହାଯ୍ୟରେ ଦିବ୍ୟାଙ୍ଗ ତଥା ଅନ୍ୟ ଅସହାୟ ବ୍ୟକ୍ତି ମାନେ ଖାଲି ଛିଡା ହେଇ ପାରିବେ ନାହିଁ ଅନ୍ୟ କାହାର ସହାୟତା ବିନା ଚାଲି ବୁଲି ମଧ୍ୟ ପାରିବେ । ନିଜ ମନ ଅନୁସାରେ ଯେକୌଣସି ସ୍ଥାନକୁ ଯାଆଆସ ମଧ୍ୟ କରିପାରିବେ । ଆଇଆଇଟି ମାଡ୍ରାସର କିଛି ଛାତ୍ର ଛାତ୍ରୀ ଓ ଫିନିକ୍ସ ମେଡିକାଲ ସିଷ୍ଟମ ସହ ମିଶି ଏକ ସ୍ୱତନ୍ତ୍ର ଧରଣର ଚେୟାର ନିର୍ମାଣ କରିଛନ୍ତି । ଏହା ସାହାଯ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଅତି ସହଜରେ ଯେକୌଣସି ଜାଗାକୁ ସହଜରେ ଯାଇଆସି ପାରିବେ । ଏହି ସ୍ଟ୍ରାଣ୍ଡିଙ୍ଗ ଚେୟାରକୁ ମାଡ୍ରାସ ଆଇଆଇଟିର ମେକାନିକାଲ ବିଭାଗର ପ୍ରଫେସର ସୁଜାତା ଶ୍ରୀନିବାସନ ନେତୃତ୍ୱରେ ସେଠାକାର ଛାତ୍ରମାନେ ନିର୍ମାଣ କରିଛନ୍ତି । ପରେ ଟିଟିକେ ସେଣ୍ଟର ଫର ରିହାଵିଲୀଟେସନ ସେଣ୍ଟର ଆହୁରି ବିକଶିତ କରିଛନ୍ତି । ଏହି ସ୍ଟ୍ରାଣ୍ଡିଙ୍ଗ ଚେୟାରକୁ ଟେକନିକର ଵେବସାୟୀକରଣ ବେଲକମ ଟ୍ରଷ୍ଟ ଓ ୟୁକେର ସମର୍ଥନରେ କରାଯିବ ବୋଲି ସ୍ଥିର କରାଯାଇଛି । ଏହି ଚେୟାର ଟିକୁ ପ୍ରାୟ ୧୫,୦୦୦ ଟଙ୍କାରେ ଦରକାର ଥିବା ଲୋକଙ୍କୁ ଯୋଗାଇଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.